STORYMIRROR

Er Subhransu Kumar Behera

Abstract Drama Classics

4  

Er Subhransu Kumar Behera

Abstract Drama Classics

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି

1 min
359

ନାହିଁ ଆଜି ଚାଳରେ ଶୋଭିତ କଖାରୁର ଲତା,

ପ୍ରତି ଚାଳ ପରେ ମୁଣ୍ଡ ଟେକିଛି ବୁଷ୍ଟର ଆଣ୍ଟିନା,

ସୁସ୍ଵାଦୁ ଆଧୁନିକତାକୁ ଦେଇଛି ସେ ଚାଟି,

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି ।୧।

ନାହିଁ ଆଜି ଗୋବର ଲିପା ମାଟି ଘରେ ଚାଉଳର ଚିତା,

ଏସିଆନ୍ ପେଣ୍ଟ ପରେ ଓ୍ଵେଲକମ୍ ପାଉଛି ଶୋଭା,

ପ୍ରାଚୀନ ସଭ୍ୟତା ସହ ପକାଇଛି କଟି,

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି ।୨।

ମନେ ପଡୁନାହିଁ ଆଜି ପିଲାଦିନ ଦାଣ୍ଡ ଧୂଳି ଖେଳ,

ଦେଖି ଆମ ପ୍ରଧାନମନ୍ତ୍ରୀଙ୍କ ପକ୍କା ରାସ୍ତା ମାଳ,

ରାସ୍ତା ପରେ ଦେଖିବାକୁ ମିଳୁନାହିଁ ମାଟି,

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି ।୩।

ନାହିଁ ଆଜି ଆଉ ଯୁବକଙ୍କ ଦେଶ ପ୍ରେମ ଭାବ,

ଦୁମ୍ ଦୁମ୍ ଡିଜେ ସାଥେ ନାଲି ପାଣି ଲୋଭ,

ବିପଦକୁ ଡାକିଆଣି ମାରୁଛନ୍ତି ସିଟି,

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି ।୪।

ନାହିଁ ଆଜି କଅଁଳି ମନରେ ସଲ୍ଲଜର ହସ,

ଚିରା ନାଇଲନ୍ ଜିନସ୍ ମନ୍ଦିର ହସ ବେଶ,

ହସ କିସିସେ କମ୍ ନେହିଁ କୁ ଦେଇଛନ୍ତି ଭେଟି,

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି ।୫।

ନାହିଁ ନୂଆ ଭୂଆସୁଣୀ ଓଢ଼ଣା ମୁଣ୍ଡରେ,

ମର୍ଡନର ରସେ ଉତ୍ ଶୃଙ୍ଖଳ ହୁଅଇ ଦାଣ୍ଡରେ,

ନାରୀ ସଶକ୍ତିକରଣକୁ ପିଇଅଛି ବାଟି,

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି ।୬।

ନାହିଁ ଗୁଣୁ ଗୁଣୁ ସୁର ମଧ୍ୟେ ଭଞ୍ଜ ଦାସ ଗୀତ,

ସୀଲାକି ଜବାନୀ, ବ୍ଲୁ ବ୍ଲୁ ପାନିରେ ସଭିଙ୍କର ଚିତ୍ତ,

ହଜିଗଲା ମୋ ଗାଁର ଭାଗବତ ଟୁଙ୍ଗି,

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି ।୭।

ବାର ମାସ ତେର ଯାତ ମୋ ଗାଁରୁ ହେଲେ ବାହାର,

ପରବ ହେଉଛି ଭାଲାନଣ୍ଟାଇନ୍ ସଂଗେ ନିୟୁ ଇଅର,

ମଂଗଳା ପୀଠରେ ଆଉ ବାଜୁନାହିଁ ଘଣ୍ଟି,

ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି ।୮।

ଏବେ ମଧ୍ୟ ବହୁଛି ମନ୍ଦ ମନ୍ଦ,

ମଳୟରେ ପ୍ରାଚୀନର ପୋଡ଼ା ଗନ୍ଧ,

ଅତୀତରେ ଥିଲା ମୋ ଗାଁ ଗୁଆ ଘିଅ ପରି ଖାଣ୍ଟି,

କିନ୍ତୁ ଆଜି ମୋ ଗାଁ ପାଲଟିଛି ଏକ ମେଟ୍ରୋ ସିଟି ।୯।


                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract