ଏତିକି ଯଥେଷ୍ଟ
ଏତିକି ଯଥେଷ୍ଟ
ଏ ଯାଏଁ ପ୍ରତୀକ୍ଷା ଖାଲି
ହେଲେ ନିଃସ୍ତବ୍ଦ ଏ ରାସ୍ତା ,
କାନ ଡେରି ସମୟର
ଟିକ୍ ଟିକ୍ ଧ୍ଵନିର ଉହାଡେ ,
ଶୁଣିଲେ ଶୁଭୁଛି ଝାପସା
ପାଉଁଜିର ସୁର ...
ଏକଦମ ଶୁଭୁଅଛି ଝାପସା ... ।
ଏବେ ବି କାହିଁକି ଲାଗେ
ଅଛ ବହୁ ଦୂରେ ...
ପାଦ ଗଣି ଗଣି ତୁମେ
ଆସୁଛ କି ଧୀରେ ।
ବାସ୍ ... ତୁମେ ଆସୁଛ
ଏତିକି ଯଥେଷ୍ଟ ...
କରିପାରେ ପ୍ରତୀକ୍ଷା ମୁଁ
ଦୀର୍ଘ କାଳ ,
ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ,
ବାସ୍ ... ତୁମେ ଆସୁଛ
ଏତିକି ଯଥେଷ୍ଟ ।
***