ମୃତ୍ୟୁ
ମୃତ୍ୟୁ
ମୃତ୍ୟୁ ତୁମେ ସତ୍ୟ ନା !
ତେବେ ତୁମେ ମୋତେ
କୋଳେଇ ନିଅ , ଆପଣାର କର ।
ଅସତ୍ଯର କାରାରୁଦ୍ଧ
ଅହରହ ରୁଦ୍ଧତାରୁ ମୁକ୍ତ କର ।
ମୃତ୍ୟୁ ତୁମେ ଏମିତିକା ସତ୍ୟ ଯେ !
ଜୀବନରେ ସମସ୍ତଙ୍କ ପାଇଁ
ନିରୁଦ୍ଦିଷ୍ଟ ହୋଇ ଯାଆନ୍ତି ପ୍ରଶ୍ନ ମାନେ ।
ମୋତେ ମୁକ୍ତି ଦିଅ
ନିରୁଦ୍ଦିଷ୍ଟ ହୋଇଯିବି ମୁଁ
ଆଉ ନିରୁଦ୍ଦିଷ୍ଟ ହୋଇଯିବେ
ମୋ ସଂଲଗ୍ନ ପ୍ରଶ୍ନ ମାନେ ।
ମୃତ୍ୟୁ ସତ୍ୟ ମାନେ ବିଭିଷିକା !
ତୁମେ କ'ଣ ଠିକ୍
ବିଭିଷିକାର ଅପରୂପ !
ସବୁ ପରେ ଚଞ୍ଚଳ ଟା ନିଶ୍ଚଳ
ଖାଁଖାଁ ପୁରା ଶାନ୍ତି ସ୍ତୁପ ।
ସତ୍ଯ କ'ଣ ପ୍ରହରୀଟିଏ !
ନିରବରେ ଜଗିଥାଏ
ଆଉ ଜଗି ବସିଥାଏ ।
ଠିକ୍ ଏ ମୃତ୍ୟୁ ପରି
ଏପାଖେ ସେ ପାଖେ
ବିନା ପଲକରେ ଚାହିଁଥାଏ ।

