ଶ୍ରାବଣୀ
ଶ୍ରାବଣୀ
1 min
253
ବୈଶାଖେ ପୀଡ଼ିତ ଯେତେକ ବିକଳ
ଆଶା ଅସୁମାରୀ ବଳେ ହେଲେଣି ଚଞ୍ଚଳ
ମାଟିରୁ ଇଗଲ ଯାଏ ସଭିଏଁ କଲ୍ଲୋଳ
କଳା ବାଦଲର ଅଢୁଆଳେ ସୂର୍ଯ୍ୟ ଲୁଚିବାରେ
ଖାସ୍ ତୁମ ଆସିବାର ଟିକେ ଝଲକରେ ।
ତୁମେ ଆସ ପରା ମେଘର ମହ୍ଲାରରେ
କୁହୁକ କବରୀର ସ୍ନିଗ୍ଧ ଶୀତଳତାରେ
ବିଜୁଳି କନ୍ୟାକୁ ଧରି ପଲକରେ ।
ଲାଗୁଅଛି ମୁକ୍ତି ପାଇଁ ଯାହା ଯାହା
ସବୁ ଯାକ ଯନ୍ତ୍ରଣା ଭୋଗି ସାରିଲୁଣି ,
ତୁମ ସ୍ମୃତିର ଆସର କୋଳେ ବିଳାପ କଲୁଣି ।
ତୁମେ ଆସି ସ୍ପର୍ଶ କରିଗଲେ , ଅନୁଭବ କରିହୁଏ
ପୂର୍ଣ୍ଣତାକୁ ମୁକ୍ତିକୁ ଆଉ ମୁକ୍ତିର ଆନନ୍ଦକୁ ।