ଆକାଶ
ଆକାଶ
ତୁଳସୀ ଚଉରା ମୂଳେ
ସଞ୍ଜବତୀ ଜାଳୁ ଜାଳୁ
ଦୁଲୁକାଏ ପବନରେ
ସଳିତାର ଶିଖା ହଲିଯାଏ ,
ମୋ ହାତର ପାପୁଲିଟା
ଶିଖାର ନିକଟେ ସିନା
ଆପେ ଆପେ ଚାଲିଯାଏ ,
ହେଲେ ମୁଁ ଜାଣେ
ଏ ଚଇତାଳି ଚଗଲା ପବନ
ସେ କୁଞ୍ଜବନର
ସେ କଦମ୍ବ ଡାଳର
କେବଳ ତୁମରି ଆଜ୍ଞାରେ ,
ଏଡିକି ଦୁଷ୍ଟ ତୁମେ !
ପୂର୍ବ ଆକାଶର ଜହ୍ନରେ କି ତୁମେ !
ମୋତେ ଚାହିଁଥାଅ
ମୋତେ ଚିଡାଉଥାଅ ।
ତୁମ ପତଳା ଜୋଛନାର
ନୈବେଦ୍ୟ ସ୍ପର୍ଶରେ
ଏ ସାରା ଆକାଶ
ଏ ସାରା ଗୋପପୁର
ବିନ୍ଦୁ ବିନ୍ଦୁ ଜୋଛନାରେ 
;
ସତେ ପାଆନ୍ତି କି ଜୀବନ୍ୟାସ
ଏ ରାତିର ମଲାସ୍ଵପ୍ନମାନେ !
କବଳିତ କରିଥିବା
ନୀରବ ଉଦାସପଣରେ ।
ସେ ଆକାଶଟା
କ'ଣ ତୁମ ନିର୍ଦ୍ଦେଶରେ ,
ବସ୍ତ୍ର ବଦଳାଉଥାଏ
ଉଆଁସ ଛାତିର ବେଦନା
ଖାସ୍ ତୁମରି ଚିନ୍ତାରେ ,
ଲଙ୍ଘିଯାଏ ରାତ୍ରୀର ଗଭୀରତାକୁ
ଭୁରୁ ଭୁରୁ ଚନ୍ଦନ ବାସ୍ନାକୁ
ମୋ ମୁକୁଳା କେଶରେ
ତୁମ ଶ୍ରୀହସ୍ତର କେମଳ ସ୍ପର୍ଶକୁ
ଆଉ ତୁମରି ସାମ୍ନାରେ ତୁମ ଠାରେ
ସମର୍ପି ଯିବାର ଅଣାୟତ୍ତ ଇଚ୍ଛାକୁ ।