STORYMIRROR

SUJATA DAS

Romance

3  

SUJATA DAS

Romance

ଅଭିବ୍ୟକ୍ତି

ଅଭିବ୍ୟକ୍ତି

1 min
205

ସଞ୍ଜ ଆସେ ଯେବେ,,,,,,, 

  ଶୀତର ଲହରେ,,,,,,, 

    କାକର ଓଢଣୀ ତଳେ, 

ମହୀ ଲାଜେ ଭିଜେ,,,,, 

  ଶିଶିର ପରଶେ,,,, 

    ପ୍ରୀତିର ପୁଲକ ଖେଳେ l

ଟୋପା ଟୋପା ହୋଇ,,,,, 

  ଝରିପଡ଼େ ମୁକ୍ତା,,,,, 

    ଶୀତଳତା ଛୁଇଁ ଦେହେ, 

ପୁଲକରେ ଭରେ,,,,, 

  ଶିହରଣେ ଥରେ,,,, 

    ମାଧୁରିମା ମନ ମୋହେ l

ଥରିଯାଏ ଛାତି,,,,,, 

  ଭରିଯାଏ ପ୍ରୀତି, 

     ଶିଶିର ର ସିକ୍ତ ରାଗେ l

ଅନୁରାଗେ ଭିଜି,,,,, 

  ନୀରବ ନିଶ୍ଚଳ,,,,, 

.. ନବ କିଶଳୟ ଜାଗେ l

ଝରିପଡ଼େ ପ୍ରୀତି 

  ଭରି ଅନୁରକ୍ତି,,,,, 

   ନାନା କୁସୁମର ବାସେ, 

ମଳୟ ମହକେ,,,, 

  ସନ୍ତୁଷ୍ଟି ଚମକେ,,,,,

   ମନ୍ଦ ମନ୍ଦ ସ୍ମିତ ହାସେ l


Rate this content
Log in

Similar oriya poem from Romance