ଆତ୍ମା,,,,, ପରମାତ୍ମା
ଆତ୍ମା,,,,, ପରମାତ୍ମା
ଆତ୍ମାର ଆକାଶେ ପରମାତ୍ମା ଜହ୍ନ
🌹🌹🌹🌹🌹🌹🌹🌹
ହୃଦୟ ମନ୍ଦିର
ପବିତ୍ର ବେଢାରେ
ଭକ୍ତିର ପ୍ରଦୀପ ଜଳେ
ତୁମେ ପ୍ରତିଷ୍ଠିତ
ମନ ସିଂହାସନେ
ଭାବ ଭକ୍ତି ଯୋଗ ବଳେ l
ଆତ୍ମାର ଆକାଶେ
ତୁମେ ପରା ଜହ୍ନ
ହେ ପରମ ପରମାତ୍ମା
ତୁମରି ଆଲୋକେ
ଆଲୋକିତ ସଦା
ମୋର ଦେହ ମନ ଆତ୍ମା
କଣ୍ଠ ଗାଉଥାଏ
ତୁମ ଜୟ ଗୀତି
ଗୁଣୁ ଗୁଣୁ ମିଠା ସୂରେ
ମନ ଭିଜୁଥାଏ
ତୁମ ଭାବନାରେ
ଶାଶ୍ୱତ ଭକତି ଭରେ l
ନାଶା ଅନୁଭବେ
ତୁମରି ମହକ
ଚନ୍ଦନ କସ୍ତୁରୀ ବାସ
ହୃଦ ଆଲୋକିତ
ଅପୂର୍ଵ ଆଭାରେ
ଦିବ୍ୟ ଜ୍ୟୋତି ପରକାଶ l
ତୁମେ ତ ସ୍ପନ୍ଦନ
ପ୍ରାଣ ସଞ୍ଚlରକ
ପ୍ରଶ୍ୱାସ ବାୟୁରେ ଉଭା
ଆତ୍ମା ତ ତୁମରି
ଦୀପ୍ତିରେ ଉଜ୍ବଳ
ଭବ୍ୟ ଦିବ୍ୟ ଶୁଭ୍ର ଆଭା l
ତୁମେ ନିର୍ଦେଶକ
ପଥ ପ୍ରଦର୍ଶକ
ତୁମେ ଶକ୍ତି ସ୍ୱରୂପକ
ଚିନ୍ତା ଚେତନାର
ଅପୂର୍ବ ଚମକ
ପୁଣି ପ୍ରୀତି ପ୍ରବାହକ l
ହୃଦୟ ଆତ୍ମାର
ସଂଜ୍ଞା ସଂଯୋଜକ
ଚିନ୍ତା ଚେତନା ସ୍ମାରକ l
ପ୍ରଣୟ ବଲ୍ଲରୀ
କଳ୍ପନା ପୂରିତ
ତୁମେ କାହାଣୀ ଲେଖକ
ସସୀମରୁ ପୁଣି
ଅସୀମ ବାହକ
ପ୍ରାଣ ବାୟୁ ସଂସ୍ଥାପକ l
ଜୀବନ ଡଙ୍ଗାରେ
ତୁମେ ମୋ ନାବିକ
ଦେହ ମନ ସୁରକ୍ଷକ l
ସୁଜାତା ଦାସ
ବାଲେଶ୍ୱର

