ଗୋଟିଏ ପ୍ରଶ୍ନ ?
ଗୋଟିଏ ପ୍ରଶ୍ନ ?
ମହୁମାଛି ଜାଣେ ଫୁଲର ଠିକଣା
ଯେମିତି କଇଁ ର ଠିକଣା ଜହ୍ନ
ସେ ଦିନର ସାକ୍ଷତରେ ତମେ
ଗପୁଗପୁ କଥା ପ୍ରସଂଗରେ
ପଚାରି ଥିଲ ଗୋଟିଏ ପ୍ରଶ୍ନ ।
ତୁମ ପ୍ରଶ୍ନ ଥିଲା
ଦେଖିଛି ତୁମକୁ ଗୋଟିଏ ଥର
ହେଲେ ସପନ ଦେଖିଛି ଅନେକ ଥର
ସଂସାର ଭିତରେ ଜନମ ନେଇଛି
କେବଳ ତୁମରି ପାଇ
କରିବ ବୋଲି ଆପଣାର ।
ଉତ୍ତର
ହଁ କହିବି ନା
ନା କହିବି
ସିଦ୍ଧାନ୍ତ ନେଇ ନ ଥିଲା ମନ
ଗୋଟିଏ ହ୍ରୁଦୟ ରୁ ଆଉ ଗୋଟିଏ
ହ୍ରୁଦୟ ର ପ୍ରତିଫଲନ
ସିଏ ତ ଥିଲା ପ୍ରେମ ।।

