STORYMIRROR

Trushna Das

Abstract Romance Others

3  

Trushna Das

Abstract Romance Others

#ସମ୍ବୋଧନମୂଳକ କବିତା: ଗୋଲାପ ଫୁଲ

#ସମ୍ବୋଧନମୂଳକ କବିତା: ଗୋଲାପ ଫୁଲ

1 min
482

ହେ ଗୋଲାପ ଫୁଲ 

ତୁମର ସୌନ୍ଦର୍ଯ୍ୟ ଅଦ୍ଭୁତ

ସମସ୍ତେ ହୁଅନ୍ତି ଆକର୍ଷିତ 

ହେଲେ ତୁମକୁ ପାଇବାକୁ ହେଲେ

କଣ୍ଟା ରୂପକ ପରୀକ୍ଷା ଦେବାକୁ ପଡ଼େ ।


ହେଲେ ଗୋଲାପ ଫୁଲ 

ତୁମ ପରି ମୋ ପ୍ରିୟା ସୁନ୍ଦର 

ତା ରୂପ ଗୁଣ କରିଛି ମୋତେ ଆକର୍ଷିତ 

ହେଲେ ତାକୁ ପାଇବା ପାଇଁ ମୋତେ 

ଦେବାକୁ ପଡ଼ିବ ଅନେକ ପରୀକ୍ଷା ମୋ ଜୀବନେ । 


ହେ ଗୋଲାପ ଫୁଲ 

ତୁମ ରୂପ ରଙ୍ଗ 

ସମସ୍ତଙ୍କୁ ଆକର୍ଷିତ କରିବା ପରି

ମୋ ପ୍ରିୟାର ହସ ମୁଖ ମୋ ମନକୁ ନିଏ ଚୋରି କରି।। 


ହେ ଗୋଲାପ ଫୁଲ, ତୁମକୁ ଦେଇ ତାକୁ 

ଜଣାଇଥିଲି ମୋ ମନରେ ଥିବା ତା ପାଇଁ ପ୍ରେମ ଭାବକୁ 

ଦେଇ ଥିଲି ପ୍ରତିଶ୍ରୃତି ତାକୁ 

କରିବି ଜୀବନ ସାଥୀ ସେ

ଚିରଦିନ ପାଇଁ ।


ହେ ଗୋଲାପ ଫୁଲ 

ତୁମେ ଯେ ପ୍ରେମର ପ୍ରତୀକ 

ବୁଝାଇ ଦେଇଥାଅ ପ୍ରେମିକା ଆଉ ପ୍ରେମିକର ମନ ଭାବ

କାଶ ଏ ସଂସାରକୁ ଦିଅନ୍ତ 

ବୁଝାଇ ମୋ ପ୍ରେମର ଭାବକୁ।। 


ହେ ଗୋଲାପ ଫୁଲ 

ତୁମ ପାଖୁଡା ପରି 

ମୋ ପ୍ରେମିକାର ଗାଲ ଚିକଣ 

ଲାଗେ ସ୍ୱର୍ଗର ଅପସରି । 


ହେ ଗୋଲାପ ଫୁଲ, ତୁମେ ଫୁଟିଲେ

ବଗିଚାର ସୌନ୍ଦର୍ଯ୍ୟ ବଢି ଯାଏ 

ଠିକ ସେହିପରି ମୋ ପ୍ରିୟା ମୋ ଘରକୁ ଆସିଲେ 

ମୋ ଘରଟା ଲାଗିବ ଇନ୍ଦ୍ରଭବନ ପରି ଯେ । 


ହେ ଗୋଲାପ ଫୁଲ, ତୁମେ ଆମ ପ୍ରେମର ସାକ୍ଷୀ 

ବାନ୍ଧି ରଖି ଥିବ ଆମ ପ୍ରେମକୁ ଏମିତି 

ଯେତେବେଳେ ମୋ ପ୍ରିୟା ସାଜିବ ମୋ ରାଣୀ 

ତୁମେ ତା ମଥାରେ ଶୋଭା ପାଊଥିବ ପାଟରାଣୀ ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract