STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ଜୀବନର ଗତାୟୁ ସମୟରେ

ଜୀବନର ଗତାୟୁ ସମୟରେ

1 min
311

ଜୀବନର ଗତାୟୁ ସମୟ 

ସମ୍ମୁଖରେ ଆସି ଦଣ୍ଡାୟମାନ 

ବୃଦ୍ଧ ବୋଲି ହେୟମାନ

ନାହିଁ ଆଉ କେହି ନିଜର।


ଜୀବନର ଗତାୟୁ ସମୟରେ 

ନାହିଁ ଶକ୍ତି ଆଉ ବଳ ମୋ ଦେହରେ

ହୋଇ ଯାଇଛି ଥୁଣ୍ଟା ଗଛଟିଏ

ସବୁ ଛାଡି ଚାଲି ଗଲେଣି ଛାଡି ମୋତେ।


ଜୀବନର ରାଜପଥର

ଶେଷ ଲକ୍ଷ୍ୟ ସ୍ଥଳ 

ମୃତ୍ୟୁ ଆଉ କିଛି ଦୂର

ପାଖରେ କେହି ନାହାଁନ୍ତି

ମୋତେ ଦେବା ପାଇଁ ବିଦାୟ। 


ଆଖିରୁ ଝରି ଯାଏ ଅଶ୍ରୁ 

ଅତୀତର ସ୍ମୃତିକୁ ଭାବୁ ଭାବୁ 

ସ୍ୱାର୍ଥ ଥିବା ଯାଏଁ ସବୁ ଥିଲେ ମୋ ପାଖେ

ସ୍ୱାର୍ଥ ହାସଲ ପରେ ଆଜି ମୁଁ କିଏ ।


ଏଇ ଆଧୁନିକତାର ସମାଜରେ

ସନ୍ତାନ ପାଖରେ ସମୟ ନାହିଁ ଟିକେ 

ଆମ ପରି ଗତାୟୁ ବୃଦ୍ଧ ପାଖେ

ବସି କଥା ହେବା ପାଇଁ ପଦେ।


ଯେଉଁ ଘର ମୋର ଦିନେ

ହସି ଉଠୁ ଥିଲା ଛୁଆମାନଙ୍କ ହସରେ

ସେଇ ଘର ଆଜି ମୋ ସହ ନିଃସଙ୍ଗ ହୋଇ 

ରହିଛି ଅତୀତର ସ୍ମୃତିକୁ ନେଇ।


ଆଜି ମୁଁ ବୁଝି ପାରୁଛି ପରା

ଆସିଛି ମୁଁ ଏକା 

ଯିବି ବି ଏକା 

ହେଲେ ଏ ମହ ମାୟା କାଆଁ।


ଜୀବନର ଗତାୟୁ ସମୟରେ 

ଭଗବାନ ହିଁ ଏକୁଟିଆ ମୋର ନିଜର ଯେ

ତାଙ୍କ ନାମ ଜପ କଲେ

ମୁଁ ଯାଇ ବସିବି ବୈକୁଣ୍ଠପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract