ଜୀବନର ପ୍ରକୃତ ବନ୍ଧୁ ଲୁହ
ଜୀବନର ପ୍ରକୃତ ବନ୍ଧୁ ଲୁହ
ଜୀବନର ପ୍ରକୃତ ବନ୍ଧୁ
କିଏ ନିଜର ସବୁଠାରୁ
କହି ପାରିବ କି କୁହ
ସେ ପରା ଲୁହ।
ଲୁହ ସୁଖ ଓ ଦୁଃଖର ସାଥୀ
ଥିଏ ସବୁବେଳେ ହୋଇ ଛାଇ
ଅଟଇ ନିଜର ଅତି
କେବେ ବି ଛାଡି ସେ ଯାଏ ନାହିଁ।
ଲୁହ ଦୁଇ ନୟନ ମଧ୍ୟରେ
ରହି ଥାଏ ଲୁଚାୟତ ଅବସ୍ଥାରେ
ହେଲେ ହୁଅଇ ଝରା ଶ୍ରାବଣ ସିଏ
ନ ଥାଏ ନିର୍ଦ୍ଦିଷ୍ଟ ସମୟ କେବେ।
ଲୁହ ହୃଦୟର ଭାବ ଅଟେ
କେତେବେଳେ ହସର ଲହରୀ ଟେ
ତ ପୁଣି କେତେବେଳେ ଦୁଃଖର ଝରଣା ସାଜେ
ହେଲେ ଦେଇ ଥାଏ ସାଙ୍ଗ ସବୁବେଳେ।
ଲୁହ ମନକୁ ସାନ୍ତ୍ବନା ଦିଏ
ଅଭିମାନର କୋହ ବୁଝେ
ନୀରବତାକୁ ଭଲ ପାଏ
ମନର ଦରିଆରେ ଭାସେ
ଜୀବନର ଆତୁରତା କୁ ଚିହ୍ନେ
ରକ୍ତ ନଳୀର ନୀଳ ଶିରା ମାଧ୍ୟମରେ
ଦୁଇ ନୟନରୁ ଝରି ପଡେ।
ଜୀବନର ଖୁସି ସମୟରେ
ଆଖି କୋଣରୁ ଦୁଇ ଅଶ୍ରୁ ଧାର ବାହାରେ
ପୁଣି ଦୁଃଖ ସମୟରେ
ପାରେ ନାହିଁ ଲୁଚି ରହି ସେ କେବେ।
ଯେତେବେଳେ ଓଠରେ
ଭାବ ପ୍ରକାଶ କରି ନ ହୁଏ
ଲୁହ ପରା କଥା କୁହେ
ଝରି ପଡି ମନର ଭାଷା ସାଜେ।
ପୁଣି ହୃଦୟର ଅକୁହା ଯନ୍ତ୍ରଣା
କେବଳ ଲୁହ ହିଁ ବୁଝି ଥାଏ ପରା
ବହି ଯାଏ ସେ ଖୋଜି ନିରୋଳା ଓ ନିରବତା
ସେ ହିଁ ଜୀବନର ପ୍ରକୃତ ବନ୍ଧୁ ପରା।
ମିଳନ ହେଉକି ବିଚ୍ଛେଦ
ସବୁଠାରେ ଲୁହର ଥାଏ ସ୍ଥାନ
ହସ ଖୁସି, ଦୁଃଖ କଷ୍ଟ
ସବୁର ସାଥୀ ସେଇ ଲୁହ।
ରୋଗ ପୀଡା, ହୃଦୟର କଷ୍ଟ
ପ୍ରଶଂସା, ନିନ୍ଦା ଅପମାନ
ସବୁଠାରେ ଲୁହ ବିରାଜମାନ
କରେ ନାହିଁ ସେ କେବେ ପର।
ଆଖିକୁ ଆସି ଲୁହ
ଛଳଛଳ ହୋଇ କୁହେ ମନ ଭାବ
ଆଖି ଖୋଲା ଥାଉ କି ବନ୍ଦ
ଆଖି କୋଣରୁ ବାହାରି କୁହେ ଭାବ।
ଲୁହ ଅନ୍ଧାର ଆଲୁଅରେ ବି ସାଥୀ
ଜନ୍ମ ଠାରୁ ଆରମ୍ଭ କରି
ମୃତ୍ୟୁର ଶେଷ ପର୍ଯ୍ୟାୟ ଯାଏଁ
ରହିଥାଏ ସେ ସବୁବେଳେ ନିଜର ହୋଇ।
ଲୁହ ସେ ପରା ଅବ୍ୟକ୍ତ କୋହ
ଅମାନିଆ ମୋର ଭାବ
ହେଲେ ସେ ପ୍ରକୃତ ବନ୍ଧୁ ଜୀବନର
ନାହିଁ ତା ଠାରୁ କେହି ଅତି ଆପଣାର।