STORYMIRROR

Trushna Das

Abstract Others

3  

Trushna Das

Abstract Others

ଆଖିର ଅସରନ୍ତି ସ୍ୱପ୍ନ

ଆଖିର ଅସରନ୍ତି ସ୍ୱପ୍ନ

1 min
235


ଆଖିର ଅସରନ୍ତି ସ୍ୱପ୍ନ

ପ୍ରଶ୍ନ କରିଛନ୍ତି ମୋତେ ବାରମ୍ବାର

କଣ ପାଇଁ ସାଇତି ରଖିଛୁ କହ

ଆମେ କଣ ହୋଇ ପାରିବୁ ବାସ୍ତବ।।


ପ୍ରଥମେ ଏ ପ୍ରଶ୍ନ ରେ

ମୁଁ ରହି ଯାଉଥିଲି ତୁନି ସତେ

ନ ଥିଲା ଉତ୍ତର ମୋ ପାଖେ

ସ୍ୱପ୍ନଗୁଡିକର ତାତ୍ସଲ୍ୟ ଭରା ହସ

ଲହୁଲୁହାଣ କରୁ ଥିଲା ମୋତେ।।


ଅସରନ୍ତି ସ୍ଵପ୍ନର ମେଳରେ

ନିଦ ହେଉ ନ ଥିଲା ମୋତେ

ଜାଣି ନ ଦୁନିଆକୁ ବୁଝିବାରେ

ମୋର ଭୂଲ ଥିଲା କେତେ।।


ହୃଦୟରେ ରୋଦନ କରୁଥିଲା ସ୍ୱପ୍ନ

ଜ୍ଞାନ ବି ଖୋଜୁ ଥିଲା ବାଟ

ଦେବା ପାଇଁ ଏ ସବୁ ପ୍ରଶ୍ନର ଉତ୍ତର

ହୃଦୟ ଓ ବୁଦ୍ଧି ଭିତରେ ଚାଲୁ ଥିଲା ଯୁଦ୍ଧ।।


ଶେଷରେ ଦିନେ ଜିତିଲା ବୁଦ୍ଧି ଏ ଯୁଦ୍ଧ

ପାଇ ଗଲା ଏ ସବୁ ପ୍ରଶ୍ନର ଉତ୍ତର

ଦୁନିଆ କଣ ସେ କଲା ସ୍ପଷ୍ଟ

ସବୁକିଛି ଦିଶିଲା ପରିଷ୍କାର।।


ଉତ୍ତର ହେଲେ ଏହା ଯେ

ସ୍ବପ୍ନ ଦେଖିବା ଖରାପ ନୁହେଁ

ହେଲେ ସ୍ବପ୍ନ ଏମିତି ଦେଖ ଯେ

ଯାହାକୁ ହାସଲ କରିପାରିବ ନିଜେ।।


ଆଖିରେ ରଖ ଅସରନ୍ତି ସ୍ୱପ୍ନ

ନିଜ ପାଇଁ ବଞ୍ଚିବା ଶିଖ

ଏ ସ୍ବାର୍ଥପର ଦୁନିଆରେ କେହି ନୁହଁନ୍ତି ଆପଣାର

ହେଲେ ସ୍ବପ୍ନ ଯଦି ନିଜର

କାହିଁ ଭାବିବା ଆଉ କିଏ କରିବ ଆମ ସ୍ୱପ୍ନ କୁ ପୂରଣ।।


ତାପର ଠାରୁ ହସି ହସି କୁହେ

ମୁଁ ମୋ ସ୍ୱପ୍ନଗୁଡିକୁ ହାତ ଦେଇ ମୋ ହୃଦୟରେ

ତୁମେ ମୋ ସ୍ୱପ୍ନ, ମୋ ନିଜର ଯେ

କରିବି ମୁଁ ନିଜେ ପୂରଣ ଦିନେ ନା ଦିନେ।।


ଆଉ ଡର ନାହିଁ ମୋର

ମୋ ସ୍ଵପ୍ନକୁ ନେଇ

ପୂରଣ କରି ବାସ୍ତବ ରୂପ ସେମାନଙ୍କୁ

ଦେବି ମୁଁ ନିଜେ

ନିଜର ନୂଆଁ ଅସ୍ତିତ୍ବ ପାଇଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract