STORYMIRROR

DILIP KUMAR SAHOO

Romance

4.0  

DILIP KUMAR SAHOO

Romance

ରାଜଧାନୀ ପ୍ରେମ

ରାଜଧାନୀ ପ୍ରେମ

1 min
284



ଶାନ୍ତି ସ୍ତୂପ ତଳେ କାହାଣୀ ଆରମ୍ଭ

ହସେ ଦୟାନଦୀ ପାଣି

ପ୍ରିତିରଙ୍ଗ ବୋଳେ ଖଣ୍ଡଗିରି ଗୁମ୍ଫା

ଶାଖି ରହେ ରାଜରାଣୀ ।

ନିଇତି ସଞ୍ଜରେ ମନମୋହେ ଏଠି

ସୁଲୁସୁଲୁ ବହି ବାଆ

ପ୍ରେମ ପକ୍ଷୀଙ୍କର ନୟନେ ନୟନେ

ଭରଇ ସପନ ନୂଆ ।

ସଞ୍ଜ ହୋଇଗଲେ ପାର୍କ ଅଛି ଯେତେ

ସବୁ ହେଇଯାଏ ଫୁଲ୍

ଛାଇ ଅନ୍ଧାରୁଆ ଗଛତଳେ ବସି

ମନହୁଏ କୁଲ୍ କୁଲ୍ ।

ସତର ରୁ ଏଠି ସତୁରି ଯାଏତ

ବଜାନ୍ତି ପ୍ରେମ ଖଞ୍ଜଣୀ

ହସେ ଦୟାନଦୀ ପାଣି...

ମନ୍ଦିର ନଗରୀ ରାଜଧାନୀ ଆମ

ଏବେସିଏ ସ୍ମାର୍ଟସିଟି

ଦଳଦଳ ହୋଇ ପୁଅଝିଅ ଏଠି

ସବୁଠି କରନ୍ତି ମସ୍ତି ।

ଖୋଲାଖୋଲି ପ୍ରେମ ହୁଏ ରାତି ଦିନ

ଜଣାପଡେ ନାହିଁ ବେଳ

ପୁଅ ଝିଅ ଏଠି ସବୁତ ସମାନ

ମାନନ୍ତିନି ଥଳ କୂଳ ।

ରାଜଧାନୀ ପ୍ରେମ ଭାରିତ ଉଷୁମ

କହୁଥିଲେ ସରିବନି

ହସେ ଦୟାନଦୀ ପାଣି...


Rate this content
Log in

Similar oriya poem from Romance