STORYMIRROR

Jayashree Maharana

Romance

3  

Jayashree Maharana

Romance

ତୁମ ପାଇଁ ସାଇତିଛି

ତୁମ ପାଇଁ ସାଇତିଛି

1 min
201

ତୁମ ପାଇଁ ସାଇତିଛି 

ଅସରନ୍ତି ପ୍ରୀତି

ସଜାଇଛି ଆଖିକୋଣେ

କେତେ ସ୍ୱପ୍ନ ସାଥି।


ଭରିଅଛି ଆଞ୍ଜୁଳାରେ

ଭାବନାର ସୁଧା

ଭିଜୁଅଛି ଆବେଗରେ

ଜଳୁଅଛି ଅଧା।


ମନ ବନେ ଫୁଟିଅଛି

ପ୍ରୀତିବାସ ପୁଷ୍ପ

ହୃଦେ ଜାଳୁଅଛି ନିତି

ପ୍ରତୀକ୍ଷାର ଦୀପ ।


ତନୁସାରା ବୋଳିଅଛି

ଫଗୁଣର ରଙ୍ଗ

ଓଠେ ଗାଉଅଛି ମୁହିଁ

ବସନ୍ତର ରାଗ ।


ଲାଜେ ଲାଜେ ଝାଉଁଳୁଛି

ନୃତ୍ୟରତ ପ୍ରାଣ

ସାଜିଅଛି ପ୍ରେୟସୀ ମୁଁ

ଆଶା ତୀରେ ମଗ୍ନ ।


Rate this content
Log in

Similar oriya poem from Romance