STORYMIRROR

Jayashree Maharana

Abstract

3  

Jayashree Maharana

Abstract

ରାକ୍ଷୀ ରେ ରାକ୍ଷୀ

ରାକ୍ଷୀ ରେ ରାକ୍ଷୀ

1 min
196

ରାକ୍ଷୀ ରେ ରାକ୍ଷୀ ତୁ ଅମୂଲ ମୂଲ

ସୁନା,ରୂପା,ହୀରା ନୁହେଁ ତୋ ତୁଲ 

ଗଢିଛି କିଏ ସେ ପୁଣ୍ୟର ଫଳ

ରାକ୍ଷୀ ରେ ରାକ୍ଷୀ ତୁ ଅମୂଲ ମୂଲ ।


ଆକାରରେ ସାନ ଗୁଣ ବିରଳ

ନାନା ରୂପେ ଉଭା ସଦା ସଜଳ 

କେତେ ରଙ୍ଗ ତୋର ନାଲି ଓ ନୀଳ

ରାକ୍ଷୀରେ ରାକ୍ଷୀ ତୁ ଅମୂଲ ମୂଲ ।


ସମ୍ପର୍କ ସେତୁ ତୁ ନଥାଏ ଛଳ 

ପବିତ୍ର ବନ୍ଧନେ ଭରା ତୋ ବଳ

ଗାଉଥାଉ ସ୍ନେହଶ୍ରଦ୍ଧା ଗଜଲ୍

ରାକ୍ଷୀରେ ରାକ୍ଷୀ ତୁ ଅମୂଲ ମୂଲ ।


ଭାଇ ହାତେ ଦିଶୁ କି ଝଲମଲ୍

ସାଜିଥାଏ ଭଗ୍ନୀ ବିପଦେ ଢାଲ

କିଏ ବା ନ କରେ ତୋତେ ଯେ ଗେଲ

ରାକ୍ଷୀରେ ରାକ୍ଷୀ ତୁ ଅମୂଲ ମୂଲ ।


Rate this content
Log in

Similar oriya poem from Abstract