STORYMIRROR

Debadatta Jena

Romance

3  

Debadatta Jena

Romance

ରକ୍ତ ଗୋଲାପ...

ରକ୍ତ ଗୋଲାପ...

1 min
269


ତମେ...

ତ ଲାଲ ଗୋଲାପ..? 

ଲାଲିମା ତମର ଅତି ପ୍ରିୟ ବୋଲି, 

ସାଜୁଛ ଲାଲ ଗୋଲାପ.. 

ସେ ରଙ୍ଗରେ ଅଛି ଜୀବନ ସୌରଭ,

ଜୀବନ ପ୍ରତୀକ.., 

ଫୁଟଇ ରକ୍ତ ଗୋଲାପ...

ସେ ଫୁଲରେ ପ୍ରେମ,ପ୍ରୀତି ଅଫୁରନ୍ତ, 

ଜୀବନ ମହକ,ଜୀବନ ଚମକ,

ହୃଦୟ ନବ ପଲ୍ଲଵ..!

ତମେ.. 

ତମେ ତ ଗୋଲାପ ପ୍ରିୟ..? 

ଗୋଲାପି ଦେହରେ,ଗୋଲାପି ଅଧରେ 

ଅସରନ୍ତି ପୁଷ୍ପ ରାଗ... 

ଦେହେ ପଦ୍ମରାଗ,ମନେ ଅନୁରାଗ 

ମହକିତ ମିଶ୍ର ରାଗ, 

ଦେହରେ ଗୋଲାପ,

ହୃଦୟ ସ୍ତବକ,ପ୍ରେମର ପ୍ରତୀକ 

ଗୋଲାପି ଅସ୍ତ ରାଗ..!

ତମ... 

ଭାବନା ପୀତ ଲୋହିତ..

ଗୋଲାପି ସ୍ମୃତିରେ,ହଳଦୀ ରଙ୍ଗରେ 

ତୁମେ ତ ସ୍ୱଚ୍ଛ ସୁବର୍ଣ୍ଣ..

ଗୋଲାପି ଫଗୁଣ ସ୍ୱପ୍ନ, 


ଭାବନା ରଙ୍ଗରେ,ଗୋଲାପ କଢ଼ିରେ 

ଏ ଜୀବନ ହରିତ ବର୍ଣ୍ଣ..., 

ସେ ରଙ୍ଗ ଉତ୍ସରେ ଆନନ୍ଦ ଲହରୀ 


ସମ୍ପର୍କର ମଧୁ ଛନ୍ଦ

ତୁମେ ସେ ମଧୁର ରଙ୍ଗ..!


ତମ... 


ହୃଦୟ କମଳା ରଙ୍ଗ, 

କମଳା ରଙ୍ଗର ଗୋଲାପ କଳିରେ 

କଅଁଳେ ମନର ରଙ୍ଗ, 

ଏ ଜୀବନର ସାତ ରଙ୍ଗ 

ସାତ ସୁରେ ବନ୍ଧା, ଜୀବନ ତରଙ୍ଗ, 

ସୁଷମାରେ ପରିପୂର୍ଣ୍ଣ.. 

ସେ ରଙ୍ଗ ଉପମା, ରଙ୍ଗ ଲାଲିମା, 

ମନରେ ଉଚ୍ଚ ଅଭିଳାଷ

ସାଜିବ କି ପ୍ରେମ ରଙ୍ଗ..? 

ତମ 

ଆଖିରେ କଜ୍ଜଳ ରଙ୍ଗ, 

ସେ ଆଖି ପଲକେ,ବିଭବ ଝଲକେ 

ଜୀବନ ରଙ୍ଗ ଗୋଲାପ.. 

ସେ ରଙ୍ଗ ଗୋଲାପ, ଜୀବନର ମୁଲ 

ସାଜିବ ସ୍ୱପ୍ନ ମୁଲକ.. 


ମୋ ମନ ଆଇନା, ସ୍ୱଚ୍ଛ ସମ୍ଭାବନା, 

ସେ ସ୍ୱପ୍ନର ମଧୁ ଲଗ୍ନ

ତୁମେ ସେ ସପନ ରଙ୍ଗ..!

ତୁମ.. 

ମନ ତ ସ୍ୱଚ୍ଛ ପବିତ୍ର, 

ସେ ଶୁଭ୍ର ରଙ୍ଗେ, ଫୁଟିଲେ ଗୋଲାପ, 

ଶାନ୍ତ କମନୀୟ ରୂପ.. 

ସେ ରୂପରେ ଯେତେ ସିନେହ ଶରଧା 

ସାଜିବ ଜୀବନ ବ୍ରତ, 

ମୋ ମନେ ଉତ୍ସାହ, ପ୍ରାଣରେ ଆବେଗ

ଜୀବନର ସଙ୍ଗୀତ..!

ଏବେ.. 

ତମ ମନ ତ ନୀଳଲୋହିତ.. 

ତୁମ ସମ୍ମୋହନେ, ସମ୍ମୋହିତ 

ମୁଁ ଯେ.. 

ଜୀବନ ତ କଣ୍ଟକିତ.., 

ତୁମରି ସାନ୍ନିଧ୍ୟ, ଫଲ୍ଗୁଟିଏ ହେଲେ, 

ମୋ ଦେହ ପୀତ ଲୋହିତ, 

ମୋ ମନର ରଙ୍ଗ, ସାଜି ଘନ ନୀଳ 

ନୀଳ ଲୋହିତ ଗୋଲାପ..! 

ତୁମେ.. 

ତୁମେ ତ ଲାଲ ଗୋଲାପ..? 

ତୋ ଆଖିର ଜ୍ୟୋସ୍ନା, ମୋ ଆଖିର ତୃଷ୍ଣା, 

ସାଜିଲେ ନୀଳ ଗୋଲାପ.., 

କଣ୍ଟାର ଆଘାତ, ଆବେଗ,ସରାଗ 

ଫୁଟେ ପ୍ରୀତି ପୁଷ୍ପ ଗୋଲାପ, 

ସେ ପୂର୍ଣ୍ଣ ସରାଗେ ମାଧୁରିମା ଆଙ୍କି, 

ସାଜିବ କି ନୀଳ ଜହ୍ନ..!

ସାତ ସୁର ରାଗ, ରାଗିଣୀ ତୋଳି ମୁଁ, 

ସାଜୁ ଇନ୍ଦ୍ରଧନୁ ସାତ ରଙ୍ଗ, 

ସେ ରଙ୍ଗ ପଲ୍ଲଵ, ପୂର୍ଣ୍ଣ ପ୍ରସ୍ଫୁଟିତ, 

ପଲ୍ଲବେ ରକ୍ତ ଗୋଲାପ..!! 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance