STORYMIRROR

Bibhu Samanta

Abstract Romance

3  

Bibhu Samanta

Abstract Romance

କାନ୍ଥ

କାନ୍ଥ

1 min
278


କେବେ ଯଦି ସମୟ ପାଅ

ନିସଙ୍କୋଚ ଚାଲି ଆସିବ ତମେ

ମୋ ପାଖକୁ...

ମୁଁ ସେଇଠି ସେମିତି ଥିବି

ତୁମ ଅପେକ୍ଷାରେ...

ପଲକ ବିଚ୍ଛେଇ..

ତୁମ କଥା ଶୁଣିବାର ଝୁଙ୍କରେ

ମୁଁ ପାଗଳିନୀ ଟିଏ ।।


ତୁମେ ଆଣିଥିବ...

କଳଙ୍କ ଅଙ୍ଗାର ରୁ ଖଣ୍ଡେ

ଆଉ ମୁଁ ସାଜିବି

ପ୍ରଣୟି ଲଫାଫା ଟିଏ ।।


ମୋ ସହ କଥା ହୋଇ

ତୁମେ ପାଇବ ବା କ/ଣ ଯେ?

ତୁମ ତମାମ ଦୁଃଖକୁ

ଶୁଣିସାରି ମୁଁ ନୀରବ ରହିବା ଛଡା

ମୋତେ ଆଉ କଣ ଜଣା ଯେ ??


ପରସ୍ତ ପରସ୍ତ ରଙ୍ଗ

ମୋ ଦେହରୁ ଛାଡି ଗଲା ପରେ

ତୁମ କଥା ସବୁ ଉଙ୍କି ମାରେ

ମୋ ଛାତିରେ .. ତୁମେ ଗଲାପରେ

କେହି କାଳେ ପଢ଼ିଦେଵ

ପଢି କାଳେ କହିଦେବ

ମୁଁ ବି କବିତା ଲେଖେ

ଆଦେଖା ଲୁହରେ।।


ସମୟ ପାଇଲେ କେବେ

ଆସିବ ତୁମେ

କହିବି ମୁଁ

ଏବେ ବି ସେ ବାସ୍ନା

ମୋ ଦେହରେ

ଆଉଜି ବସିଥିଲ କେବେ ଦିନେ

ଶ୍ରାବଣୀ ସଞ୍ଜରେ

ମୁଁ ଦେଖେ ... କେବେ

ତୁମ ଭିତରେ ମୁଁ

ଆଉ ତୁମକୁ ମୋ ଭିତରେ।।


।।ବିଭୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract