STORYMIRROR

Bibhu Samanta

Inspirational Others

3  

Bibhu Samanta

Inspirational Others

ତଥାପି ତଥାଗତ

ତଥାପି ତଥାଗତ

1 min
225

ଥରେ ତାକୁ ପଚାରିଲି

ତୁ କି ସେଇ ଜହ୍ନ

ଯେ କୁଞ୍ଜବନେ ଅଭିସାର ରଚେ,

ଯେ ଫଗୁଣେ ରଙ୍ଗରେ ଭିଜେ

ଯେ ଶ୍ରାବଣେ ନିଳାମ୍ବରୀ ପିନ୍ଧେ

ଯେ ନୀଳାଚଳେ, 

କାର୍ତ୍ତିକେ ସୁନାର ଚନ୍ଦ୍ରିକା ବାନ୍ଧେ।

ତୁ କି ସେଇ

ଯେ ବୈଶାଖ ରେ, 

ଶାକ୍ୟ ମୁନିଙ୍କ ମୁଦ୍ରିତ ନୟନେ

ନିର୍ବାଣ ଲେଖେ ।


ଓଁକାରର ଆକାର ଖୋଜିଲେ

ସେ ଲମ୍ବିଯାଏ

ଲୁମ୍ବିନି ରୁ ବୋଧଗୟା ଯାଏ

ଐଶ୍ୱର୍ଯ୍ୟ ର ଆଭିଜତ୍ୟରୁ

ଅଶ୍ୱତ୍ଥ ମୂଳ ଯାଏ।

ଯଶୋଧାରା ର ଲୋତକ ଧାରରୁ

ସବରୀର ସ୍ମିତହାସ୍ୟ ଯାଏ।

ବୁଦ୍ଧତ୍ବର ଶରଣାଗତିରୁ

ଜରାକ୍ରାନ୍ତ ବୃଦ୍ଧାର ପ୍ରଶ୍ନ ଯାଏ।


ଜାଣେ, ତୁ ବି ନୀରବ

ସେ ସମାଧିସ୍ଥ, 

ମୁକ୍ତି ବାଣ୍ଟିବାରେ

ଆଉ ତୁ

ଚନ୍ଦନ ମାଖୀ ଚାପ ଖେଳୁଛୁ

ନରେନ୍ଦ୍ର ଜଳରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational