STORYMIRROR

ପ୍ରିୟମ୍ବଦ ପଟ୍ଟନାୟକ

Inspirational Others

4  

ପ୍ରିୟମ୍ବଦ ପଟ୍ଟନାୟକ

Inspirational Others

ପାଚିଲା ଦାଢିର ମଣିଷ

ପାଚିଲା ଦାଢିର ମଣିଷ

2 mins
27K


ବେଳେବେଳେ ଏମିତି ମନେହୁଏ

କେଜାଣି କେମିତି ସବୁ ଇଚ୍ଛା...

ପୂରଣ ହୋଇଯାଉଥିଲା କହିବା ଆଗରୁ

ରଜ-ଦଶରାର ଜିନ୍ସି ହେଉ ବା ...

ଗଣେଶ ପୂଜାର ଧଳା-ନୀଳ ସ୍କୁଲ ୟୁନିଫର୍ମ୍ ।।

ପାଚିଲା ଦାଢିର ମଣିଷ ଗୁଡାକ

ଏସବୁ କରିଦିଅନ୍ତି ବେଶ ସହଜରେ

ଗାଁ ବସରେ ପଠେଇ ଦିଅନ୍ତି ସହରକୁ

ବଡ଼ିଚୁରା,ସାହୁ ଦୋକନ ବାରମଜା ଆଉ ଅନେକ କିଛି...।।

ହାଟ ପଦାରୁ ପୁରୁଣା ହ୍ୟାର୍କୁଲେସରେ

ନେଇ ଆସନ୍ତି କଞ୍ଚାଇଲିସି...

ଆଣନ୍ତି ଉଧାର ମାଣେ ଅରୁଆ ପ୍ରଧାନ ଘରୁ

ପୁରଦିଆ ମଣ୍ଡା ପାଇଁ....;ଅମାର ନଥିଲେ କଣ ହେଲା କି

ପୁଅ ପା’ ଅଛି....,ପାଚିଲା ଦାଢିଥିବା ମଣିଷ ଗୁଡାକ

ଏମିତି ବିଶ୍ଵାସୀ ହୋଇଯାଆନ୍ତି , କେବେ ଦେଖିନଥିବା କାଲି ପାଇଁ ।।

ଶ୍ରାବଣ ବତାସକୁ ପଛ କରି

ଟଙ୍କା ସବୁ ପଠେଇ ଦିଅନ୍ତି ଧଡିଆ ହାତେ

ମନ ସହ ଧନ(ସ୍ତ୍ରୀ)କୁ ବୁଝେଇ....

ରହିଜା ମାଳ, ଆରସନକୁ ଛପର କରିବା

ମୁଁ ଅଛି ପା, ବ୍ୟସ୍ତ କାହିଁକି...? ।।

ବୁଝିବା-ବୁଝାଇବା ଭିତରେ

ସଂଜ ହୋଇ ଯାଏ... ଘର ଛପରରୁ ପକ୍କା ହୋଇଯାଏ..

ବୋଉର ସୁନା କାନଫୁଲ ତିଆରି

ବାଜିରେ ଲାଗିଯାଏ ସ୍ତ୍ରୀର ରାଣୀ ହାରରେ..।।

ଭଙ୍ଗା ଚଷମା,ବଦଳେ ନୂଆଁ ଅଟକି ଯାଏ

ମୋ କୁଡିଆ ଯୋଜନା ପରି ।।

ଏଇମାନେ ମଣିଷ ନୁହଁ...କି ମେସିନ ନୁହଁ

ଥତାପି ପୁଅର ହାକିମତାକୁ ସହି ନିଅନ୍ତି.....

ବାପ ବୋଲି ନୁହଁ.... ବୋଧେ ; ପାଚିଲା ଦାଢିଥିବା ମଣିଷ ବୋଲି....!! ।।

©®ପ୍ରିୟମ୍ବଦ ପଟ୍ଟନାୟକ

କରାଖଣ୍ଡି,ହିଞ୍ଜଳିକାଟୁ,ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ପ୍ରିୟମ୍ବଦ ପଟ୍ଟନାୟକ

Similar oriya poem from Inspirational