STORYMIRROR

Shubham Pattanayak

Inspirational Others

3  

Shubham Pattanayak

Inspirational Others

ଭାଷାପ୍ରୀତି ସତେ ଅଛି କି ଆମର

ଭାଷାପ୍ରୀତି ସତେ ଅଛି କି ଆମର

1 min
12K

ଗାଡି ଘୋଡାରେ ଦୋକାନ ବଜାରେ,

କଥା ହେଉଛନ୍ତି ନିଜ ଭାଷାରେ I

ବେଶଭୂଷା ଆଉ ଖାଦ୍ୟ ପରିପାଟୀ,

ଚିହ୍ନାଇ ଦେଉଛି ତାଙ୍କ ନିଜଗୋଷ୍ଠୀ ll


ଆମେ ତ ଭୁଲିଲେ କହି ଲେଖିବାରେ,

ଆମରି ଭାଷାକୁ ଆଗ କରିବାରେ I

ବିବାହ ବରତ ଉତ୍ସବ ସଭାରେ,

ନିମନ୍ତ୍ରଣ ନାହିଁ ଆମରି ଭାଷାରେ ll


ଦୋକାନ ବଜାର ହାଟରେ ଘାଟରେ,

ଫଳକ ନଥାଏ ଆମରି ଭାଷାରେ I

ଉପମା ସଦୃଶ୍ୟ ବର୍ଣ୍ଣନା କଥନ,

ପଦକ କଥାରେ ଇଂରାଜୀ ପ୍ରମାଣ ll


କେଡେ ହୀନ କେତେ ନୀଚ ଆମ ଭାବ,

ଅଭାବ କି ଅଟେ ଓଡ଼ିଆରେ ଭାବ I

ଏଥୁବଳି ଲଜ୍ଜ୍ୟା ଅପମାନ ନାହିଁ,

ଜାଗ୍ରତ ହୁଅରେ ଭାଷା ଭୂମି ପାଇଁ ll 


ଦୂରଭାସେ ଆମ ଭାଷାଭାଷୀ ଭାଇ,

ଲଢାଇ କରନ୍ତି ଭାଷା ଭୂମି ପାଇଁ I

ଭୁଲି ତ ନାହାନ୍ତି ମାତୃଭୂମି ଗାଥା,

ତାଙ୍କ କଥା ଭାବି ନଇଁଯାଏ ମଥା ll


ଯାକ ଯମକରେ ଉତ୍କଳଦିବସ,

ପଲଙ୍କେ କି ପୂରେ ମତ ଅଭିଳାଷ?

ଶପଥ ନେବା ହେ ଭାଷା ଭୂମି ପାଇଁ,

ଅକାରଣ ଆଉ ଦେଖାନା ବଡାଇ ll


ଆମ ଜିଲ୍ଲା ଆମ ରାଇଜ ଶାସନେ,

ଫୁଟି ଉଠୁ ଆମ ଭାଷା ସବୁସ୍ଥାନେ l

ହିନ୍ଦୀ, ଇଂରାଜୀକୁ ଦେଇ ପରେ ସ୍ଥାନ,

ନିଜ ଭାଷା ଆଗ କର ଅଧ୍ୟୟନ ll


ଯାଉଛି ଆସୁଛି ଉତ୍କଳ ଦିବସ,

ମାତାର ମୁଖରେ ଫୁଟାଇବା ହସ l

ଭାଷା ପ୍ରୀତି ସତେ ଅଛିକି ଆମର?

ଆସ ଆମେ ବସି କରିବା ବିଚାର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational