STORYMIRROR

Shubham Pattanayak

Abstract Others

3  

Shubham Pattanayak

Abstract Others

ପୁସ୍ତକ

ପୁସ୍ତକ

1 min
91

ପୁସ୍ତକର କାହିଁ         ନାହିଁ ଯେ ବିକଳ୍ପ

ପୁସ୍ତକ ଚିର ଶାଶ୍ୱତ,

ଜ୍ଞାନର ଦୀପାଳି        ଜାଳି ସିଏ କରେ

ଅଜ୍ଞାନତା ଅନ୍ତର୍ହିତ ll


ଅସରନ୍ତି ଜ୍ଞାନ         ଗନ୍ତାଘର ସିଏ

ଜ୍ଞାନର ଅଟେ ବାହକ,

ଅଜ୍ଞାନ ମନୁଷ୍ୟ        ପୁସ୍ତକରୁ ଲାଭ

କରେ ଜ୍ଞାନର ଆଲୋକ ll


ସଫଳ ମନୁଷ୍ୟ       ନିମିତ୍ତ ପୁସ୍ତକ

ଅଟେ ଉପଯୁକ୍ତ ବନ୍ଧୁ,

ପୁସ୍ତକ ସାହାର୍ଯ୍ୟେ      ଜ୍ଞାନର ପିପାସୁ

ଖୋଜେ ଜ୍ଞାନ ରତ୍ନ ସିନ୍ଧୁ ll


ପୁସ୍ତକ ଓ ଗ୍ରନ୍ଥ         କରଇ ସାଧିତ

ବ୍ୟକ୍ତିର ଉନ୍ନତି ସର୍ବ,

ସେହି ଉନ୍ନତିର        କଳନା କରିବା

ଆମ ପକ୍ଷେ ଅସମ୍ଭବ ll


ପୁସ୍ତକ ଅଟଇ         ମାର୍ଗ ଦର୍ଶକ

ବ୍ୟକ୍ତି ଆଉ ସମାଜର,

ପୁସ୍ତକ ଅଟଇ         ସାଥୀ, ସହୋଦର

ସାରା ମାନବ ଜାତିର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract