Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରିୟମ୍ବଦ ପଟ୍ଟନାୟକ

Others

3  

ପ୍ରିୟମ୍ବଦ ପଟ୍ଟନାୟକ

Others

" ଭିନ୍ନ ଏକ ଦୀପାବଳୀ "

" ଭିନ୍ନ ଏକ ଦୀପାବଳୀ "

2 mins
13.7K


ଭୋକ...! ; ଏଠି ଭୋକ ଆଉ ଭେକ ର ଲଢ଼େଇ…!!

ଦଶରା ରୁ ଦୀପାବଳି ଯାଏ….ଜୀବନଟା ଯେବେ ଯେବେ

ଅନ୍ଧାର ରୁ ଆଲୁଅ ଆଡକୁ ଯାଏ. କେଜାଣି କେମିତି ଶୁଭେ

ଆତ୍ମଚିତ୍କାର ,କୋଳାହଳ ଆଉ ଦାନାର ଲଢ଼େଇ.. ଏ ଦେହ କୋଣାର୍କ ପାଇଁ

ମେଳି ହେଲେଣି ଜରାଜୀର୍ଣ୍ଣ କଙ୍କାଳ ମାନେ,ପାଞ୍ଚ ଟଂକିଆ ଆହାର ର ଟିକେଟ ନେଇ

ଭୋକ ତ ଏବେ ଖୁସି ରେ ଆତ୍ମହରା ..

ପ୍ରତିଶୋଧ ଲାଗି ଫେରିଛନ୍ତି ବୋଧେ ଏ ବାରଶ ବଢେ଼ଇ ...ଭେକ ର ଦାବି ପତ୍ର ନେଇ...!!


ଭେକ….! ; ଭେକ ବୋଲି କିଛି ନାହିଁ ଏଠି......!!

ଗାଁ ସରପଞ୍ଚ ଆଉ ସହରୀନେତା ର ଧଳାଖଦଡ଼..ଏବେ ନାମଫଳକ ପରି ସଫା....!!

ତାରି ଭିତରରେ ଅଟକି ଯାଇଛି ମୋ କୁଡ଼ିଆ ର ଚାବିନେନ୍ଥା

ଚିରା ପକେଟ ରେ ସାଇତା ସ୍ୱପ୍ନ ଏବେ ପନ୍ଦର ଟକିଂଆ ସାପ ବାଣ ପରି

ଜଳି ଯାଏ ହୁ ହୁ ହୋଇ ଦୀପାବଳୀ ର ସଜସଞ୍ଜ ରେ

ଗୋବର-ଗେରୁ ଲିପା ବୋଉ ର ମୁରୁଜଚିତା ରେ ......

ଦୀପାବଳୀ ର ଅନ୍ଧାରେ ଏବେ ଇନ୍ଦିରାବାସ ର ଆତ୍ମ ଗୋପନ

ଉଜ୍ଜ୍ଵଳା ଯୋଜନା ତ ଏବେ ଇଶ୍ଵରଙ୍କ ପରି ଠିକଣା ବିହୀନ …….!!


ପାପ....! ପାପ-ପୁଣ୍ୟ ବୋଲି କିଛି ନାହିଁ....!!

ଏଇ ଯେମିତି ଇଶ୍ୱର-ଫିଶ୍ୱର ବୋଲି କେହି ନାହିଁ....

ଇଶ୍ୱର ତ ଏଠି ବିକ୍ରି ହେଉଥିବା ଚିଜ ଟିଏ ;ଦଶରା ମଣ୍ଡପ ଠୁ ରାବଣ ପୋଡି ପଡିଆ ଯାଏ

ରଜ ବଜାର ଠୁ ନେଇ ଦୀପାବଳୀ ର ବାଣ ବଜାର ଯାଏ

ଅନ୍ଧାର ଗଳି ରୁ ନଷ୍ଟ ଗଳି ଗଲାବେଳ...ଇଶ୍ୱର ନାଁ

ନେଇ ଅନିଚ୍ଛା ସ୍ଵତ୍ବେ ଦେହରୁ ଶାଢ଼ୀ ଖସାଇଲା ବେଳେ

ମୁ ପା ଦେଖିଛି....,ସେ ଫେରାର ଅଛି...!

ଗଲାସନ ହୋଲି ରୁ....; କୋଉଠି କେଜାଣି ବଜାରୀ କେବେଠୁ ଲୁଚିଛି ....!!


ଦୀପ....!; ଦୀପ ବୋଲି କିଛି ନାହିଁ .. ଯାହା ଗୋଟେ ପୋଡାମାଟି ର ଗପ...!!

ଭୋକ ରୁ ଭେକ କୁ ଫେଡ଼ି....ପାପ ରେ ଦୀପ କୁ ଜୋଡି

ପେଟ ରେ ପେଟେ ଭୋକ ନେଇ , ପୋଡି ଚାଲିଥିଲା ମାଟିର ଦୀପକୁ

ଭିନ୍ନ ଏକ ଦୀପାବଳୀ ପାଇଁ …!! ; ଦୀପ ତ ଅନେକ ଜଳିଛି ଏଠି….ଲହୁ ର ବି ଲୁହ ର ବି…

ହାକିମ ମନ୍ତ୍ରୀ ଆଉ ବଡ଼ପଣ୍ଡା ମାନଙ୍କହାତୀଦାନ୍ତ ଡ୍ରଇଂ ଟେବୁଲ ରେ..!

ତଥାପି ଦୀପ ଟିଏ ତ ଲୋଡ଼ା......!!

ଭୋକ ଆଉ ଭେକ ର ଲଢ଼େଇ ପାଇଁ ; ବାରଶ ବଢେ଼ଇ ର ନ୍ୟାୟ ପାଇଁ

ଭଙ୍ଗାରସ ତାଟିଆ ର ମୂଲ୍ୟ ପାଇଁ ; ଖାଲି ପେଟ ରେ ଖଣ୍ଡେ ପୋଡା ରୁଟି ପାଇଁ

ବୋଧେ ନିହାତି ଲୋଡ଼ା "ଭିନ୍ନ ଏକ ଦୀପାବଳୀ"

ବଳି ପଡୁଥିବା ଦୁଃଖ କୁ ପୁଣି ଫୁଲଝରି କରି ବିକିବା ପାଇଁ…..!!



ପ୍ରିୟମ୍ବଦା ପଟ୍ଟନାୟକ

କରାଖଣ୍ଡି ; ହିଞ୍ଜଳି କାଟୁ , ଗଂଜାମ

ସମ୍ପର୍କ : +୯୧-୮୮୨୮୧୨୫୫୨୫


Rate this content
Log in