STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ଏ ତିନି ବାନର ଆହ୍ୱାନ

ଏ ତିନି ବାନର ଆହ୍ୱାନ

1 min
11.6K


ସତ୍ୟ ମୁଁ କହିବି ଧର୍ମ ଆଚାରିବି

ବାଛିବି ଅହିଂସା ପଥ

ଭାରତମାତାର ଟେକ ମୁଁ ରଖିବି

କରୁଛି ବଜ୍ର ଶପଥ।


ମୋ ଦେଶ ବାସୀଙ୍କ ମନ ହୃଦ ଆତ୍ମା

କରିବି ସମ୍ପୂର୍ଣ୍ଣ ସ୍ଵଚ୍ଛ

ହସିବେ ଜନତା ହସିବ ମୋ ଦେଶ

ହେବ ନାହିଁ କେବେ ପଛ।


ଏମିତି ପବିତ୍ର ଭାବନାରେ ଯେବେ

ଗାନ୍ଧୀ ହୋଇଥିଲେ ଛନ୍ଦି

ଚିନା ମାଟି ଗଢା ମାଙ୍କଡ ମୂର୍ତ୍ତିକୁ

(ଚୀନା)ସାଥି ଦେଇଥିଲେ ଖୁନ୍ଦି।


ସେ ମୂର୍ତ୍ତି ତିନିର ଭାବ ଓ ଭାଷାକୁ

ଅତି ମାନସରେ ଭାବି

ମହତ ଭାବନା ବାର୍ତ୍ତାରେ ଖଞ୍ଜିଲେ

ଖୋଲିଲା ସମାଜ ଚାବି।


ଆଖି କାନ ପାଟି ତିନୋଟି ଅଙ୍ଗକୁ

ମହତ କାମରେ ଯୋଡି

ଦୋଷୀକୁ ଗଢିଲା ସଭ୍ୟ ସାମାଜିକ

ଆଖିରୁ ପରଦା କାଢି।


ଦୁଇ ଆଖି ପରେ ଦୁଇ ହାତ ରଖି

ଗୋଟିଏ ମାଙ୍କଡ କହେ

ଖରାପ ଜିନିଷ କେବେ ଦେଖିବାନି

ଆମେ ବଞ୍ଚିଥିବା ଯାଏ।


ଦୁଇ କାନ ପରେ ହାତ ଦୁଇ ରଖି

କହେ ସେ ମୂର୍ତ୍ତି ମାଙ୍କଡ

ଖରାପ କଥାକୁ କାନ ଦିଅନା ହେ

ଆସୁ ଯେତେ ବାତ୍ୟା ଝଡ ।


ଆର ମାଙ୍କଡଟି ପାଟି ବନ୍ଦ କରି

କହେ କହିବାନି ମନ୍ଦ

ଏମିତି କହିବା ଜନ୍ମ ନେବ ଖୁସି

ପୋଛିବ ସଭିଙ୍କ କାନ୍ଦ।


ପ୍ରଭୁ ଦେଇଛନ୍ତି ଦୁର୍ଲଭ ନୟନ

ଭଲ ଦେଖି ଭଲ ଭାବ

ଖରାପ ଭିତରୁ ଭଲକୁ ସାଉଁଟି

ଆଦର୍ଶ ଚିତ୍ର ଆଙ୍କିବ।


ଅତି ସୁନ୍ଦର ଏ ଶ୍ରବଣ ଯନ୍ତ୍ରଟା

ଶୁଣୁ ଗୀତା ଭାଗବତ

ମାର୍ମିକ ତାତ୍ତ୍ଵିକ ତତ୍ତ୍ୱ ଶୁଣି ଗଢୁ

ଧର୍ମ ପୁଣ୍ୟର ଜଗତ।


ପାଟିର ଅମୁଲ୍ୟ ଜିହ୍ଵା ଗଢ଼ିଦେଉ

ସମ୍ପର୍କର ସୁଧାଧାରା

ସେ ସୁଧାରେ ଗଢା ହେଉ ଶାନ୍ତି ମୈତ୍ରୀ

ପ୍ରେମ ବନ୍ଧୁତ୍ୱ ଗଜରା।


ସଚେତନ ବାର୍ତ୍ତା ମାନବ ଜାତିକୁ

(ଏ)ତିନି ବାନର ଆହ୍ୱାନ

ଜାଗହେ ମାନବ ଗଢ଼ ହେ ଜୀବନ

ହେଜି ଅମୃତବଚନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational