STORYMIRROR

Narayan chandra Senapati

Abstract

3  

Narayan chandra Senapati

Abstract

ଷ୍ଟେଥୋସ୍କୋପ

ଷ୍ଟେଥୋସ୍କୋପ

1 min
12K

ସମାଜ ମନ୍ଦିରେ ଦ୍ଵିତୀୟ ଈଶ୍ୱର

ସବୁରି ପ୍ରିୟ ଡାକ୍ତର

ନିଜ ଜୀବନକୁ ଜଳାଞ୍ଜଳି ଦେଇ

ଅର୍ପେ ସେବାର ଜୁଆର


ବାହ୍ୟ ଅଙ୍ଗ କ୍ଷତ ବିକ୍ଷତକୁ ଦେଖି

ଲେଖନ୍ତି ସିନା ଔଷଧ

ଆଭ୍ୟନ୍ତରୀଣ ଅଙ୍ଗ ଦେଖିତ ହୁଏନା

କଳିବା ଅଟେ ଅସାଧ୍ୟ


ଖାଦ୍ୟ ଓ ପାନୀୟ ମଳ ମୂତ୍ର ତ୍ୟାଗ

ହେଉଥିଲେ ରୀତି ମନ୍ତେ

ଯଥେଷ୍ଟ ହୁଏନା ଶ୍ବାସକ୍ରିୟା ବିନା

ବଞ୍ଚିବା କଷ୍ଟ ମୁହୂର୍ତ୍ତେ


ଅମ୍ଳଜାନ ଯେବେ ପଶେ ପ୍ରଶ୍ବାସରେ

ଦେହେ ରଚେ ମୃଦୁ ସ୍ଵନ

ସେ ସ୍ପନ୍ଦନ ଗତି ମନ୍ଦ କି ନିସ୍ତବ୍ଧ

ହେଲେ ଘଟାଏ ମରଣ


ଏ ସ୍ପନ୍ଦନ ଗତି ଜାଣିବା ଜଟିଳ

ଯେବେ ଚିନ୍ତୁଥିଲେ ମନେ

ଫ୍ରାନ୍ସ ବୈଜ୍ଞାନିକ ରେନେ ଲାଇନେକ୍

ଉଦ୍ଭାବନ କଲେ ପଣେ


ଗଢିଦେଲେ ଷ୍ଟେଥୋସ୍କୋପ ନାମେ ଯନ୍ତ୍ର

ମାପିବା ପାଇଁ ସ୍ପନ୍ଦନ

ଜାଣିଲେ ହୃତ୍ପିଣ୍ଡ ଫୁସଫୁସ ଧ୍ୱନି

ଅନ୍ତନଳୀର କମ୍ପନ


ଯନ୍ତ୍ରରେ ସଂଯୋଗ ଦୁଇନଳୀ ଦେଲା

ସମ୍ବାଦ କାନର ପାଶେ

ନାରୀର ଛାତିରେ ସ୍ପନ୍ଦନ ମାପିବା 

କଷ୍ଟକୁ ସହଜେ ନାଶେ


ଧୀର କି ଚଞ୍ଚଳ ହୃତପିଣ୍ଡ ସ୍ପନ୍ଦନ

ରକ୍ତର ପ୍ରବାହ କେତେ

ଶିରା ଧମନୀର ଗତି ଓ ବେଗକୁ

କଳିଲା ସମୟ ସାଥେ


ରକ୍ତଚାପ ରୋଗ କେତେ ଯେ ଜଟିଳ

ପାରିଲା ସହଜେ ମାପି

ଧନ୍ୟ ଷ୍ଟେଥୋସ୍କୋପ ମାପିଲୁ ସ୍ପନ୍ଦନ

ଚର୍ମ ତଳୁ ଗତି ଚାପି


ଏ ଯନ୍ତ୍ର ଛାତିରେ ପକାଇ ଡାକ୍ତର

କରିଲେ କଫ ପରୀକ୍ଷା

ସ୍ନାୟୁ ଶିଥିଳ କି ଚଞ୍ଚଳ ଚାଲିଛି

କିବା ତାର ଶେଷ ଦେଖା


ପରୀକ୍ଷା କରି ସେ ନିଜ ପ୍ୟାଡ଼ ପରେ

କଲମ ସଂଯୋଗ କରି

ଔଷଧ ଲେଖନ୍ତି ରୋଗ ଭଲ ପାଇଁ

ପ୍ରଭୁଙ୍କୁ ହୃଦୟୁ ସ୍ମରି


ହେ ଷ୍ଟେଥୋସ୍କୋପ ଡାକ୍ତରୀ ଯନ୍ତ୍ର

(ତୁମ)କାମକୁ ଶହେ ସଲାମ

ଜନ୍ମ ଜନ୍ମ ପାଇଁ ସ୍ମରୁଥିବ ଜୀବ

ପାଇ ତୁମ ସେବା ଧର୍ମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract