STORYMIRROR

Narayan chandra Senapati

Abstract

3  

Narayan chandra Senapati

Abstract

ଭାରୋତ୍ତଳନ

ଭାରୋତ୍ତଳନ

1 min
11.5K

ସୁସ୍ୱାଦ ସୁଷମ ସୁଖାଦ୍ୟ ଭୋଜନ

ତା ସହ ନିଦ୍ରା ବିଶ୍ରାମ

ସୁସ୍ଥ ରହିବାକୁ ଏସବୁ ଯଥେଷ୍ଟ

ଭାବିବା ନୁହଁ କି ଭ୍ରମ ?


ଏ ସମସ୍ତ ସହ ଆବଶ୍ୟକ ଯୋଗ

ପ୍ରାଣାୟାମ ଓ ବ୍ୟାୟାମ

ଶୁଦ୍ଧ ବାୟୁ ସହ ବିଶୁଦ୍ଧ ସଲିଳ

ସ୍ବାସ୍ଥ୍ୟରକ୍ଷାର ନିୟମ।


ପ୍ରଭାତୁ ଉଠିଣ ବ୍ୟାୟାମ କରିବା

(ପୁଣି) ସମସ୍ତ ଅଙ୍ଗ ଚାଳନା

ମାଂସପେଶୀ ଶକ୍ତ ବଳିଷ୍ଠ ହୋଇବ

ନାନା ଉପାୟରେ ସିନା।


ପ୍ରଥମେ ଡମ୍ବେଲ ଦୁଇହାତେ ଟେକି

କରିବା କ୍ଷୀପ୍ର ଚାଳନା

ହସ୍ତ ମାଂସପେଶୀ ସୁଦୃଢ଼ ହୋଇବ

ହେବ ଶକ୍ତି ସଂରଚନା।


ନିଜ ସକ୍ଷମରେ ଲୁହାଦଣ୍ଡ ଏକ 

ଉଠାଇବା ଧିରେ ଧିରେ

କଳିବା ଆମର କ୍ଷମତା ଶକତି

ନିଜ ମତେ କଳନାରେ।


ତା ପରେ ଦଣ୍ଡର ଦୁଇପାର୍ଶ୍ଵେ ଦେବା

ସମ ଓଜନ ବଳୟ

ଉଦ୍ୟମ ସହିତ ମାନସିକ ବଳ

ହୋଇବ ଆମ ସହାୟ।


ଧିରେ ଧିରେ ବେଶି ଓଜନ ବଳୟ

ଦେଇ ଉଠାଇବା ନିଶ୍ଚେ

ସାବଧାନ ଆଉ ମନର ବଳକୁ

ଭୁଲିବାନି ଜମା ଇଞ୍ଚେ।


ବାରଂବାର ଯେତେ ଅଧିକ ଓଜନ

ଟେକିବା ହେବା ସକ୍ଷମ

ହସ୍ତ ବକ୍ଷ ତନୁ ସର୍ବ ମାଂସପେଶୀ

ବଦଳିବ ବଜ୍ର ସମ।


ଶକ୍ତିଶାଳୀ ହୋଇ ଆତ୍ମରକ୍ଷା ସହ

ରକ୍ଷା କରିବା କା ପ୍ରାଣ

ବଳିଷ୍ଠ ସାହସୀ ନିର୍ଭୀକ ହୋଇବା

ଶତ୍ରୁ କରିବା ଦମନ।


ପ୍ରଦେଶ ଦେଶରେ ଆନ୍ତର୍ଜାତିକରେ

ହେବ ଯେତେ କ୍ରୀଡା ଯୁଦ୍ଧ

ବିନା ଦ୍ବିଧାରେ ପ୍ରତିଦ୍ବନ୍ଦୀ ହୋଇ

ବିଜୟ କରିବା ସିଦ୍ଧ।


ଯଦି କେବେ ମିଳେ ସୈନ୍ୟ ବିଭାଗରେ

ନିଶ୍ଚୟ ହୋଇବା ଯୋଗ

ଶତ୍ରୁ ସହ ଲଢ଼ି ଭାରତମାତାର

ରଖିବା ଯଶ ଗୌରବ।


ଭାରୋତ୍ତୋଳନ କେବଳ କରେନା

ସୁସ୍ଥ ସବଳ ନୀରୋଗ

ଦିଏ ଆତ୍ମବଳ ସନ୍ତୁଳନ ଜ୍ଞାନ

ଧୈର୍ଯ୍ୟ ଖୁସିର ସମ୍ଭୋଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract