STORYMIRROR

Narayan chandra Senapati

Romance

4  

Narayan chandra Senapati

Romance

ଆସିବ ହେ ପ୍ରିୟା

ଆସିବ ହେ ପ୍ରିୟା

1 min
23.1K


ପ୍ରଜାପତି ସହ ଫୁଲର ସମ୍ପର୍କ

ଅଟେ ବିଧାତା ଲିଖନ

ଜଣେ ହସିଦେଲେ ଆଉ ଜଣେ ହସେ

ଚାହିଁ ଅମୃତ ଚୁମ୍ବନ।


ପରଜାପତିଟି ଜନମିଛି ସତେ

ଫୁଲର ପୂର୍ଣ୍ଣାଙ୍ଗ ପାଇଁ

ମଧୁର ସ୍ପର୍ଶରେ ଶିହରାଏ ଛାତି

ପ୍ରୀତି ମୁଠା ମୁଠା ପାଇ।


ରଜନୀ ପାହିଲେ ଉଷା ମାଆ କୋଳେ

ଖେଳୁଥାଏ ଫୁଲ ନିତି

ତପନ କିରଣ ଦେହରେ ବାଜିଲେ

ଫୁଲି ଉଠେ ତାର ଛାତି।


ପ୍ରେମିକ ଫୁଲର ମଧୁ ମଧୁଭରା

ସତେ ଅମୃତର ଧାରା

ପରଜାପତିର ଓଠ ବାଜିଗଲେ

(ତା) ହୃଦ ହୁଏ ଆତ୍ମହରା।


ଯେତେ ଚୁମିଲେ ବି ସରେନା ତା ରସ

ସତେ କି କୁହୁକ ରାଣୀ

ଛାଡିବାଜୁ ଇଚ୍ଛା କରେନା ପ୍ରେମିକ

ସାଜି ଶୋଷ ଚୁଡାମଣି।


ଫୁଲର ମହକ ଆହରଣ କରି

ହୁଏ ଉନ୍ମୁକ୍ତ ପାଗଳ

ପ୍ରତିକ୍ଷଣେ ମନ ହୃଦ ଆତ୍ମା ମଧ୍ୟେ

ଜାଗି ଉଠେ କୌତୁହଳ।


ଏ ପ୍ରେମ ଚମକ ପାରେ ନାହିଁ ସହି

ଈର୍ଷାକରେ ଦିବାକର

ନିଷ୍ଠୁର କିରଣ ତୀର ପରି ମାରେ

କ୍ଷତ କରେ ବାରମ୍ବାର।


ଶୁଖିଯାଏ ଫୁଲ କୋମଳ ମୁହଁଟି

ଦେଖେ ପ୍ରେମିକର କଷ୍ଟ

ଡାକେ ହେ ସମୀର ଭାଇ ଦୟାକର

ଭାଙ୍ଗ ରବିର କପଟ।


ବହିଯାଏ ମୃଦୁ ମଳୟ ସଧିରେ 

ନାଚେ ଫୁଲ ହସି ହସି

ଖିଲି ଖିଲି ହସେ ବିମୁଗ୍ଧ ପ୍ରେମିକ

ତୋଳେ ତା ଅମରାବତୀ।


ସଭିଏଁ ଆସିଲେ ଉପବନ ପାଶେ

ଲାଜେ ଫୁଲ କହେ ଯାଅ

ଆସିବ ହେ ପ୍ରିୟ ତୁମ ପ୍ରିୟା ପାଶେ

ମନରେ ଦେବ ନି କୋହ।


ସେଦିନ କ୍ଷଣକୁ ସ୍ମୃତି କରି ଯେବେ

ପରାଜାପତିଟି ଆସେ

ସେହି ମୁହୂର୍ତ୍ତର ବିରହ ବେଦନା

ସ୍ବପ୍ନ ହୋଇ ମନେ ଭାସେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance