ପ୍ରେମାର୍ଘ୍ୟ
ପ୍ରେମାର୍ଘ୍ୟ
ମନ୍ଦିରରେ ତୁମ ଛବି ଆଜି
ଭାବରେବି ତୁମ ଭାବ,
ଦେହରେ ଲଗାଏ ନିଆଁ ଏବର୍ଷା
ମିଠା ମିଠା ଅନୁଭବ ।
ବର୍ଷା ଛାଡ଼ିଗଲେ ଧରଣୀ ଫାଟେ
ହୃଦୟ ଚଟାଣ ଖୋଳି,
ନାହିଁନାହିଁ କରି ତୁମରି କୋଳରେ
ଦିବାସ୍ବପ୍ନେ ଯାଏ ଢ଼ଳି ।
ବାଦଲ ବୁକୁରେ ଜହ୍ନ ଲୁଚିଯାଏ
ଦେହ ଭିଜିଯାଏ ବର୍ଷାରେ,
ତୁମରି ସାଥିରେ ଲୋଟିଯିବା ପାଇଁ
ଭାରି ଇଚ୍ଛାହୁଏ ରାତିରେ ।
ପ୍ରେମକୁ ଖୋଜିନି ବଜାର ହାଟରେ
ସମର୍ପଣେ ପ୍ରେମ ଥାଇ,
ଓଠ ଧାରେ ହସ ଲହରୀ ଖେଳିବ
ତୁମ ଓଠର ଚୁମ୍ବନ ପାଇ ।
ଭିଜାଭିଜା ବାସ୍ନା କରେ ଆନମନା
ଉଦ୍ଭାସିତ ହୁଏ ରବି,
ନିର୍ଜନ ଲଗ୍ନରେ ପ୍ରେମ ଅଭିସାର
ପାଗଳ ହୁଏମୁଁ ଭାବି ।
ତୁମ ଆଖି-ଓଠ କରେ ମତେ ଦୁଷ୍ଟ
ମନରେ ଲଗାଏ ନିଆଁ,
କାମନା ଜ୍ବାଳାରେ ଜଳିଜଳି ନୀତି
ଖୋଜେ ତୁମ ପ୍ରୀତି ଛୁଆଁ ।
ଫୁଲକୁ ଭ୍ରମର ଚୁମିବା ବେଳେ
ଦେଖି ସହେନାହିଁ ଦେହ,
ଓଠର ଦୁଆରେ ଲାଜେଇ ଚୁମାଟି
କେବେ ଆଙ୍କିଦବ କୁହ?

