STORYMIRROR

ABINASH MANSINGH

Others

4  

ABINASH MANSINGH

Others

ବର୍ଷା ବିଚିତ୍ରା

ବର୍ଷା ବିଚିତ୍ରା

1 min
336

ତୁମେ ଅୟୁତେ ଆକାଶ ଦିଗନ୍ତ ବିସ୍ତାରୀ

ବଉଦର ସୂତ୍ରଧର,

ମୁଁ ମନସ୍କ ମାଟି ମୁଣ୍ଡପାତି ପାଏ, ମିଳନରେ-

-ମୀମାଂସାର ବତୀଘର ।।


ତୁମେ ସାଇତା ଶ୍ରାବଣ ଝରା ପୀୟୂଷର 

ଅସରେ ଆଷାଢ଼ ପରେ,

ମୁଁ ବାବାରେ ବୈଶାଖ ଖରା ଖିଲିଖିଲି 

ଯାମିନୀ ଜ୍ୟେଷ୍ଠର ଜରେ ।।


ତୁମେ ସାଧବବୋହୂ ନାଲି ମଖମଲ 

ହରିତ ଗାଲିଚା କୋଳରେ,

ମୁଁ ଶୁଷ୍କ ଶାମୁକା ପୁଣି ଧୋବ ଫରଫର 

ବାଲୁକା ତଳ୍ପର କୂଳରେ ।।


ତୁମେ ସୂରିଲା ସଂଗୀତ ଶତ ସପନର 

ଶତ ସ୍ରୋତେ ଆସ ବହି, 

ମୁଁ ନିଶବ୍ଦ ନାୟକ ନାଆଁକୁ ନାବିକ 

ନଉକାରେ ଥାଏ ଚାହିଁ ।।


ତୁମେ ରୋମାଂଚ ରଜନୀ ଆଶୁ ଆକାଂକ୍ଷାର

ଢାଳିଦିଅ ଅନୁରାଗ,

ମୁଁ ଶୁଖିଲା ସୈନିକ ତୃଷାର୍ତ୍ତ ତୋପର 

ପ୍ରତୀକ୍ଷାର ପାଣିପାଗ ।।


ମୁଁ ବଢ଼ିଲା ବୟସ ବୁଢ଼ା ବରଗଛ

ଆର୍ତ୍ତନାଦ କରୁଥାଏ,

ତୁମେ ଯୌବନ ଫେରାଇ ମନ୍ତୁରା ପାଣିରେ 

ଛିଞ୍ଚୁଥାଅ ଗଲାଯାଏଁ ।।


ତୁମେ ବୈଭବ ବିଳାସୀ ଋତୁରାଣୀ 

ହସକୁରି ପୃଥିବୀର ଚିତ୍ର,

ମୁଁ କବିତା ପରଶେ ପ୍ରେମ ହରସରେ 

ବରଷେ ବରଷା ବିଚିତ୍ର ।।.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍