ଚୁଡ଼ି
ଚୁଡ଼ି
ଏ ଚୁଡ଼ି ପିନ୍ଧିବି ସେ ଚୁଡ଼ି ପିନ୍ଧିବି
କାନ୍ଦି ଫଟାଏ ସେ ନିଜଘର,
ବାଲ୍ୟକାଳୁ ସତେ ଏଇ ଚୁଡ଼ି କେତେ
ସାଥି ହୋଇ ଥିଲା ଝିଅଟିର ।
ସିନ୍ଦୁର ନାଇଲା ସଙ୍ଖାବି ନାଇଲା
ଝିଅ ଆଜି ଗଲା ଶାଶୂଘର,
ବିଦାହେଲା ବେଳେ ଅଧିରେ କହିଲା
କାହିଁ ତଡ଼ିଦିଅ ବାପା ମୋର ।
ସିନ୍ଦୁର ଲିଭିଲା ସଙ୍ଖାବି ଭାଙ୍ଗିଲା
ଦୁନିଆ ସାଜିଲା ସ୍ୱାର୍ଥପର,
ଅଲକ୍ଷଣି କହି ପର କଲେ ସବୁ
ଶୁଖିଲାନି କେବେ ଲୁହ ତା'ର ।
ଯେଉଁ ଚୁଡ଼ିକୁ ସେ ଆଜନ୍ମୁ ଚିହ୍ନିଛି
କରିଛିବି ବହୁ ଆପଣାର,
ଚୁଡ଼ିରବା କିଭୁଲ, କିଭୁଲ ସେଇ ନାରୀଟାର
ଯେଉଁ ଭୁଲ ପାଇଁ ଚୁଡ଼ିବି ହୋଇଲା ସାତପର ।
ଚୁଡ଼ିବି ହୋଇଲା ସାତପର
ଚୁଡ଼ିବି ହୋଇଲା ସାତପର ।