STORYMIRROR

Jharana Rout

Tragedy

4  

Jharana Rout

Tragedy

କାଇଁ ବସିଛ ପ୍ରଭୁ ନୀରବରେ

କାଇଁ ବସିଛ ପ୍ରଭୁ ନୀରବରେ

1 min
204

 


କାଇଁ ବସିଅଛ ଆଜି ନୀରବରେ

   ଦିଶୁନାହିଁ ଏ ସଂସାର ଦୁଃଖ 

ଏ ସ୍ରୁଷ୍ଟି ଆଜି ହେଉଅଛି ଅଥୟ 

   ବସି ତୁମେ ସବୁ ଦେଖୁଅଛ ।



ତୁମେ ଯଦି ଦୁଃଖ ନ ଶୁଣିବ ପ୍ରଭୁ

  କିଏ ବା ଏହି ସୃଷ୍ଟିକୁ ରଖିବ

ନିରବେ ରହିଲେ ରତ୍ନ ସିଂହାସନେ

  ସଂସାରକୁ ଆଉ କିଏ ତାରିବ ।

   



ଅଦ୍ଭୁତ ଘଟଣା ଘଟୁଅଛି ନିତି

ଚାରିଆଡ଼େ ଖାଲି ଲୁହ ହିଁ ଲୁହ  

କେମିତି ମୁକୁଳିବ ଏହି ଜଗତ 

  କହିଦିଅ ପ୍ରଭୁ ଜଗତ ନାଥ  ।



ବାପ ଥାଉ,ଥାଉ ପୁଅ ଯାଉଛି ମଶାଣି

   ଏକି ପ୍ରଭୁ ତୁମ ଭାବର ଲୀଳା  

ଏହି ତୁମ ବିଚାର ଏହି ତୁମ ଖେଳ

 ତମେ ଥାଉ,ଥାଉ ବୁଡୁଛି ଭେଳା ।

   

   

      

         


Rate this content
Log in

Similar oriya poem from Tragedy