ସରସ୍ବତୀ ବନ୍ଦନା
ସରସ୍ବତୀ ବନ୍ଦନା
ଜୟ ମାଆ ସରସ୍ବତୀ ଜୟ ବୀଣାପାଣି
ଅଜ୍ଞାନ ନାଶିନୀ ମାଆ
ଜୟ ଗୋ ଜନନୀ ।
ମାଘମାସ ଶୁକ୍ଳପକ୍ଷେ ପଞ୍ଚମୀ ତିଥିରେ
ତୁମ ଆଗମନ ହୁଏ
ଏହି ଗୋ ଧରାରେ ।
ହାତରେ ବୀଣା ତୁମ ମସ୍ତକରେ ପଗଡି
ଶ୍ୱେତ୍ୱବସ୍ତ୍ର ଶୋଭାପାଏ
ବ୍ରହ୍ମାଙ୍କ ନନ୍ଦିନୀ ।
ଅଜ୍ଞାନରୁ ଦୂର କର ଦିଅ ଜ୍ଞାନ ଭରି
ପ୍ରେମମୟୀ ମାଗୋ ତୁମେ
ଦିଅ କୃପା ଢାଳି ।
ଜାଣି ନାହିଁ ପୂଜା ମାଆ ଜାଣି ନାହିଁ ଭକ୍ତି
କିପରି ପୂଜିବି ମୁହିଁ
ଦିଅ ମାଆ ଶକ୍ତି ।
ମୂର୍ଖ ଜନ ହୁଏ ଜ୍ଞାନୀ ତୁମ କୃପା ବଳେ
ବିଘ୍ନ ନାଶ ହୁଏ ମାଆ
ତୁମେ ଦୟା କଲେ ।
ଜୟ ମାଆ ସରସ୍ବତୀ ଜୟ ବିଦ୍ୟାଦାତ୍ରୀ
ତଵ ଶ୍ରୀଚରଣ ତଳେ
କରୁଥିବି ସ୍ତୁତି ।
