STORYMIRROR

Jharana Rout

Tragedy

4  

Jharana Rout

Tragedy

ମିଛ ପାଶେ ସତ ବନ୍ଧା ପଡିଛି

ମିଛ ପାଶେ ସତ ବନ୍ଧା ପଡିଛି

1 min
13


 

       ମିଛ ପାଖେ ସତ ଆଜି ବନ୍ଧା ପଡିଛି 

          ସତ ଏଠି ନୀତି କାନ୍ଦୁଛି 

        ମୁରୁକି ମୁରୁକି ଏଠି ମିଛ ହସୁଛି 

          ଭାବୁଛି ସେ ଜିତିଯାଇଛି ||


          

       ଅର୍ଥ ପାଇଁ ସେ ଅନ୍ୟର ମନ୍ଦ ପାଞ୍ଚୁଛି 

           ମିଛି ମିଛି ନାଟ କରୁଛି 

        ଅନ୍ୟାୟ ଅନୀତି ସେ କରି ଚାଲିଛି 

          ମିଛ ପେଡି ଧରି ବସିଛି ||


        

         ଲୋଭ ମାୟାରେ ସେ ହିଁ ଏମିତି ପଡିଛି 

           ନ୍ୟାୟ ବିଚାର ସେ ଭୁଲିଛି 

          ଅନ୍ୟର ଅଧିକାର ସାବ୍ୟସ୍ତ କରୁଛି 

            ନିଜକୁ ସଚୋଟ ଭାବୁଛି ||


          ସବୁବେଳେ ନଥାଏ ଅନ୍ଧାର ରାତ୍ରି 

            ଏ କଥାକୁ ଭୁଲି ଯାଇଛି 

           ସୂରୁଜ ହିଁ ଉଇଁବ  ସତ୍ୟ ବି ଆସିବ 

            ସତ୍ୟର ହିଁ ଜୟ ହୋଇଛି ||


          ସତ୍ୟ ପଥ ସର୍ବଦା ଲାଗଇ କଠିନ 

             ପାଏସେ ବହୁ ଦୁଃଖ କଷ୍ଟ 

          ଯୁଗ ଯୁଗ ଧରି ସତ୍ୟର ହିଁ ବିଜୟ

             ଏ କଥାଟି ନୁହେଁ ମିଥ୍ୟା ||

    


      


Rate this content
Log in

Similar oriya poem from Tragedy