ଗଣାଧିପ ଆବାହନୀ
ଗଣାଧିପ ଆବାହନୀ
ଜୟ ବିଦ୍ୟାଦାତା ଗଣପତି ବାବା
ପାର୍ବତୀ ଦେବୀଙ୍କ କୁମାର
ତୁମେ ଜ୍ଞାନଦାତା ତୁମେ ସିଦ୍ଧିଦାତା
ତୁମେ ପ୍ରଭୁ ଲମ୍ବୋଦର ||
ସଙ୍କଟ ମୋଚନ ଗଉରୀ ନନ୍ଦନ
ସଙ୍କଟରୁ ଦୂର କର
ବିଘ୍ନବିନାଶନ ଗିରିଜା ନନ୍ଦନ
ସ୍ମରେ ତୁମ ଶ୍ରୀ ପୟର ||
ପିତା ମହାଦେବ ମାତା ଯେ ପାର୍ବତୀ
ଆହେ ପ୍ରଭୁ ଗଜାନନ
ଅନ୍ଧାର ପଥରେ ତୁମେ ହିଁ ଆଲୋକ
ହେ ପ୍ରଭୁ ଗଜ ନନ୍ଦନ ||
ସର୍ବ କାର୍ଯ୍ୟରେ ତୁମ ନାମ ଆଗ
ତୁମେ ହିଁ ସର୍ବ ଦାତା
ହୋମ ଆଳତୀରେ ତୁମେ ହିଁ ପ୍ରଥମ
ତୁମେ ତ ଜଗତ ଜିତା ||
ସକାଳ ଧୂପରେ ସଞ୍ଜର ଦୀପରେ
ତୁମେ ହିଁ ପ୍ରଥମ ଶ୍ଳୋକ
ତୁମ ନାମ ନେଲେ ସବୁ ଜୟ ହୁଏ
ଆହେ ମହା ବିନାୟକ ||
