ସ୍ବାର୍ଥାନ୍ଧ
ସ୍ବାର୍ଥାନ୍ଧ
-------------------*-------------------------
ଆଜିର ମଣିଷ ଲାଗେତ ବିଚିତ୍ର
କିଛି ଜାଣି ହୁଏ ନାହିଁ
ଉପରେ ହସତ ପଛରେ ଜହର
କିଛି ବୁଝା ପଡେ ନାହିଁ......||
ସ୍ୱାର୍ଥ ଥିଲେତ ପାଖେ ପାଖେ ରୁହନ୍ତି
ମିଠା ଆଳାପ କରନ୍ତି
ସ୍ୱାର୍ଥ ହାସଲ ତ ହେଇଗଲା ପରେ
ମିଛେ ନିନ୍ଦାତ କରନ୍ତି ....||
ସ୍ୱାର୍ଥରେ ଅନ୍ଧ ଅଵିଵେକୀ ମଣିଷ
ନିଜକୁ ଶ୍ରେଷ୍ଠ ଭାବନ୍ତି
ଅନ୍ୟ ମାନଙ୍କୁ ତିରସ୍କାର କରିଣ
ନିଜକୁ ଠିକ ଭାବନ୍ତି.....||
ବିଶ୍ୱାସ ଭରଷା ହଜାଇ ଦିଅନ୍ତି
ନିଜର ସ୍ୱାର୍ଥ ଦେଖନ୍ତି
ସମ୍ପର୍କ ଗଢ଼ନ୍ତି ସମ୍ପର୍କ ଭାଙ୍ଗନ୍ତି
ବୁଦ୍ଧି ବିବେକ ହଜାନ୍ତି....||
*************************************
