ନିର୍ଦ୍ଦୟ
ନିର୍ଦ୍ଦୟ
ମଣିଷ ବୁଝୁନି ମନର ଭାବନା
ହେଉଛି କେଡେ ନିର୍ଦ୍ଦୟ
ନିଜ ସ୍ୱାର୍ଥ ପାଇଁ ସମ୍ପର୍କ ଭାଙ୍ଗୁଛି
ଧୋକା ଦିଏ ଏ ସମୟ ||
ପଥର ପରିକା ହୃଦୟ ତୋର
ବୁଝିତ ପାରିନୁ ତୁହି
ସମ୍ପର୍କ କୁ ତୁହି ଶସ୍ତା ଭାବିନେଲୁ
ଏଡ଼େ ତୁ ନିର୍ଦ୍ଦୟ ତୁହି ||
କଳା ବାଦଲଟି ଢାଙ୍କି ହୋଇ ଆସି
ସବୁତକ ନେଲା ଧୋଇ
ହସ ବଦଳରେ ଲୁହ ଦେଇଗଲା
ଅସରାଏ ଦୁଃଖ ଦେଇ ||
ସମୟ ତତେ ଦିନେ ଜବାବ ଦେବ
ଉତ୍ତରଟି କଣ ଦେବୁ
ଅନୁତାପ ଛଡା କିଛିତ ନଥିବ
ଏହା ତୁ ମନେ ରଖିବୁ ||
କିଏ କଲା ଦୋଷ କିଏ ହେଲା ଦୋଷୀ
ଲୋକହସା ମୋତେ କଲୁ
ସବୁର ହିସାବ ତୁ ଦିନେ ପାଇବୁ
ମୋ ସାଥେ ଛଳନା କଲୁ ||
