ବାକି ରହିଗଲା
ବାକି ରହିଗଲା
ଦିନ ସରିଗଲା ରାତି ପାହିଗଲା
ସରିଲାନି କଥା ଅଛି
ମନର କଥାକୁ ମନରେ ଚାପିଛି
ଶୁଣିବାକୁ କିଏ ଅଛି ||
ଭସା ମେଘ ପରି ଉଡୁଥିଲି ଦିନେ
କିଏ ଦେଲା ଡେଣା କାଟି
ଭାଙ୍ଗିଗଲା ନୀଡ଼ ସବୁଦିନ ପାଇଁ
କିଏ ଦେବ ଆଉ ଯୋଡି ||
ସୁନାର ମହଲ ମଉଳି ପଡିଲା
ଅକାରଣେ ଆଜି କାହିଁ
କାହାର ନଜର ଲାଗିଗଲା ବୋଧେ
ଅଧୁରା ଲାଗଇ କାହିଁ ||
ଆଶା ଥିଲା କେତେ ପୂର୍ଣ୍ଣତ ହେଲାନି
ରହିଗଲା ବାକି କିଛି
ସବୁ ଆଶା କଣ ପୂରଣ ହୁଏକି
ଅଧୁରା ରହିଲା କିଛି ||
-------------------*--------------------------
