ନୀରବତା
ନୀରବତା
ତୁମ ନୀରବତା ବେଶୀ କଷ୍ଟ ଦିଏ
ହୃଦୟ ପାରେନି ସହି
ତୁମ ଓଠେ ହସ ଦେଖିବାକୁ ମୁହିଁ
ସବୁ ଦୁଃଖ ଯାଏ ଭୁଲି ||
ତୁମେ ହସିଦେଲେ ମୋ ଦୁନିଆ ହସେ
ତୁମେ ଋଷିଲେ ମୁଁ ରୁଷେ
ନୀରବତା ତୁମ ଦେଖିଦେଲେ ଥରେ
ମନ ମୋ ଅଶାନ୍ତ ଲାଗେ ||
ସବୁ ସହିଯିବି ତୁମ ପାଇଁ ପ୍ରିୟେ
କିଛି ମନେ ଆଶା ନାହିଁ
ତୁମ ନୀରବତା ବଢଇ ଦୁଶ୍ଚିନ୍ତା
ଏ ଜୀବନେ ମାନେ ନାହିଁ ||
ଫୁଲ ପରି ତୁମ କୋମଳ ମୁହଁଟି
ଲୁହ ଜମା ମାନେ ନାହିଁ
ତୁମ ହସି ଦେଲେ ସବୁ ପାଇ ଯାଏ
ଆଉ କିଛି ଚାହେଁ ନାହିଁ ||
ତୁମ ନୀରବତା ଅସହାୟ କରାଏ
ପାରିବନି ତୁମେ ବୁଝି
ତୁମ ବିନା ମୋର ଏହି ହୃଦୟଟି
ଅହରହ ଜଳୁଥାଇ ||