କଳ୍ପ ବଟେ ତୋର ବାନ୍ଧିଦେଲି ଡୋର
ହେ ପ୍ରଭୁ କଳାଠାକୁର
ମୋର ଇଛା ପ୍ରଭୁ ପୂର୍ଣ୍ଣ କରିଦିଅ
ମାନ ରଖ ଏ ଭକ୍ତର ......||
ଧାଇଁ ଧାଇଁ ଆସିଛି କେତେ ଦୂରୁ ମୁଁ
ଦେଖିବି ତୋ ଚକା ଆଖି
ଗଡି ଗଡି ଯିବି ତୋ ବାଇଶି ପାହାଚ
ତୁହି ମୋର ଖାଲି ସାକ୍ଷୀ ......||
ରତ୍ନସିଂହାସନ ତୋ ବେଦୀ ପଲଙ୍କେ
ଟିକେ ଚାହିଁ ଦେବୁ ମୋତେ
ସବୁ ଦୋଷା ଦୋଷ କ୍ଷମା କରିଦେବୁ
କୋଳେଇ ନେବୁକି ସତେ ......||
ମୋ ତୁଣ୍ଡରେ ଖାଲି ତୋ ନାମ ଜଗା
ଭଜି ଭଜି ଗାଉଥିବି
ହଜି ହଜି ମୁଁ ହଜାଇ ଦେବିରେ
ନିଜକୁ ସମର୍ପି ଦେବି...... ||