STORYMIRROR

Mamatamanjari Das

Tragedy

4  

Mamatamanjari Das

Tragedy

ହୃଦୟେ ରହିଛି ବାକି

ହୃଦୟେ ରହିଛି ବାକି

1 min
282

କେତେଦିନ .....


କେତେଦିନ ଆଉ କୁହୁଳି କୁହୁଳି

ବଞ୍ଚିଥିବି କହ ଆଉ

କେତେଦିନ ଆଉ ଛୁପି ଛୁପି କରି

ଗଡାଇବି ଆଖିରୁ ଲହୁ ।


କେତେ ଦିନ ଆଉ ମୋ ସ୍ନେହ ପଣତରେ

ସାଉଁଟିବି ତୋର ସ୍ମୃତି

କେତେ ଦିନ ଆଉ ଝୁରି ମରୁଥିବି

ଦେଖି ତୋର ପ୍ରତିଲିପି ।


ଅନ୍ତ ହୁଏ ନାହିଁ ଏ ଅତୃପ୍ତ ଆୟୁଷ

ଝୁରି ହୁଏ ତୋତେ ନିତି

ପତ୍ରଝଡା ସିନା ବୟସ ଦେଲାଣି

ହେଲେ ଏ ଜୀବନର ହେଉନି ଇତି ।


ଚାଲୁଛି ସିନା ମୁଁ ବାଟ ମୋ ସରୁନି

ପାଦ ପଡିଲାଣି ଥକି

ତତେ କହିବାକୁ ଅନେକ କଥା ମୋ

ହୃଦୟେ ରହିଛି ବାକି ।


ଭାବେ ବେଳେବେଳେ ଆଜି ବୋଧହୁଏ

ମୋ ଜୀବନର ଶେଷ ଦିନ

ହେଲେ ମୋ ଠାରୁ ମୃତ୍ୟୁ ଯେ ଦୂରରେ

ଦିଶେ ନାହିଁ ଚିହ୍ନ ବର୍ଣ୍ଣ ।


ତଥାପି ଚାଲିଛି ଝୁଣ୍ଟି ପଡି ଉଠି

ହୃଦୟେ ଧରି ତୋ ସ୍ମୃତି

ଆଖିର ଲୁହରେ ଲେଖୁଛି କବିତା

ସମୟକୁ କରି ସାକ୍ଷୀ ।



Rate this content
Log in

Similar oriya poem from Tragedy