STORYMIRROR

ABINASH MANSINGH

Abstract

3  

ABINASH MANSINGH

Abstract

କହିବିକି_କବିକଥା

କହିବିକି_କବିକଥା

1 min
355

କବର ଦିଅନ୍ତି କବି ପଣିଆକୁ

କବରୀ ପାରୁନି ଛୁଇଁ,

କବଳିତ ଆଜି କବଳ ବାହୁରେ

କାଳର କରାଳ ଡେଇଁ


କବାବ କବଲା କବି କଳ୍ପନାରେ

କାବ୍ୟକାର କବିତାର,

କବିତା ରଚନା କବିରାଜ ନୁହେଁ

କେଉଁ ପୁଣି ନୁହେଁ ସନ୍ଥ କବୀର


କବିତାକୁ କଲି କବିଲା ନିଜର

କବିଟିଏ କଲା ପରି,

କବୋଷ୍ମ କାବ୍ୟମୋ କାବ୍ୟବାହ ସହ

କାନ୍ତି କମନୀୟ ଧରି


କମଳ କମାମୋ କମାଇବା ପାଇଁ

କଲମେ କରୁଛି କମା,

କମାଣର କମ୍ବୁ ବଜାନ୍ତା ଜୀବନେ

କରେ କରକଚା ଜମା


କରଟ ରାବନ୍ତା କା-କପିକଳ-କା

କର୍ଣ୍ଣେ କଦର୍ଥ ରାବ,

କେମିତି କୁହନ୍ତି କନ୍ତାର କପଟେ

କପାଳେ ନଥାନ୍ତା ଭାବ


କପାଳୀ କପିଶ ଦୟା କରିଛନ୍ତି

କବିତା କରୁଛି ଗାନ,

କଲବଲ ଆଜି କବିର ଜୀବନ

କାହାଣୀ କହୁଛି ଶୁଣ


କଦର୍ଯ୍ୟ କଥାମୋ ଶୁଣିବକି ଆହେ

କର୍ଣ୍ଣେ ତୁମ ସାଧୁଜନେ,

କହିଲେ କହିବି ନକହିଲେ ନାହିଁ

କଳଙ୍କ ରଖିବି ମନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract