ଅଜଣା ପୁଲକ ଜାଗେ
ଅଜଣା ପୁଲକ ଜାଗେ
ଅଜଣା ପୁଲକ ଜାଗେ ଲୋ ସଜନୀ
ଅଜଣା ପୁଲକ ଜାଗେ
ରଥେ ଦେଖିଦେଲେ ଜାଗା କାଳିଆ କୁ
ମନ ନାଚେ ଭାବ ତରଙ୍ଗେ
ଭକ୍ତି ରେ ଲହଡ଼ି ଭାଙ୍ଗେ
ଶାନ୍ତି ମୁକତି ର ମାର୍ଗେ ।
ଭକତ ସମୁଦ୍ର ଉତ୍ତାଳ ଢେ଼ଉରେ
ଅଜଣାତେ ଯାଏ ଭାସି
ଗହଳ ଚହଳ ଭାବେ ହୁଏ ଭୋଳ
ଜଗା ନାମ ଘୋଷିଘୋଷି
ବାମନ ରୂପରେ ବିଜେ ସେତ ରଥେ
ସ୍ବର୍ଗ କୁ ଛୁଉଁଛି ସେ ଲାଗେ
ଗର୍ବି ର ଗରବ ଭାଙ୍ଗେ ।
ତାର ଚକା ଆଖି ଦେଖି ପ୍ରାଣ ପକ୍ଷୀ
ଆନନ୍ଦେ ବିଭୋର ହୁଏ
ତା ରଥରେ ମଥା ଛୁଇଁ ଦେଲେ ମୋର
ଦୁଃଖ ସବୁ ଭୁଲିଯାଏ
ସବୁ ବର୍ଷ ରଥ ଦଉଡି ଟାଣନ୍ତି
ଏତିକି ଆଶିଷ ମୁଁ ମାଗେ
ମନାକରିବନି କେବେ ।
