STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଅନ୍ଧାର ରେ ଚାଲେ କଳା ବେପାର

ଅନ୍ଧାର ରେ ଚାଲେ କଳା ବେପାର

1 min
20

ବଡ ବିଚିତ୍ର ଏ ମାୟା ସ°ସାର

 ପାଖେ ଆଲୁଅକୁ ପାଖେ ଅନ୍ଧାର ।

ଆଲୁଅ ରେ ଆଖି ଜଳକା ହୁଅଇ

ଅନ୍ଧାର ରେ ଚାଲେ କଳା ବେପାର.

 ପୂଣ୍ୟ ପରିଧି ରେ ପାପର ଖେଳ

 ଜ୍ଞାନ ମନ୍ଦିରରେ ଅଜ୍ଞାନ ମେଳ ।

 ପୋଥି ଅଛି ଏଠି ଅଛି ପୁରାଣ

 ରାମଙ୍କୁ ନଖୋଜି ପୂଜୁ ରାବଣ ।

 ଶୁଖିଲା ଆଷାଢ଼ ଶୁଖେ ଶ୍ରାବଣ

 ମଦରେ ଉଛୁଳେ ପୂଜା ପାର୍ବଣ ।

ମଠ ମନ୍ଦିର ର ଅଭାବ ନାହିଁ ତ

ଭକ୍ତ ଙ୍କ ଅଭାବ ଭାବ ଭକ୍ତିର ...

 ବୈଶାଖରେ ଏବେ ବାତ୍ୟା ହେଉଛି 

 କନ୍ୟା ଭୃଣ ନିତି ହତ୍ୟା ହେଉଛି।

 ଫଗୁଣ ହାଟରେ ମହକ କାହିଁ 

 ମନ ଯମୁନାରେ ଯୁଆର ନାହିଁ ।

 ମିଛରେ ଅଥୟ ଲୋଟଣି ପାରା

 ମେଘ ହଜିଯାଏ ଲେଉଟେ ଖରା ।

 ଶୀତୁଆ ସକାଳେ ଝାଳ ବହିଯାଏ

 ଭାଇ ହେଉଅଛି ଶତୃ ଭାଇର ....

ମସଲା ରେ ଆଉ ନାହିଁ ସୁଆଦ

ଧନ ଅଛି ହେଲେ ମନ ଅଭାବ।

ଉଆସ ଖୋଜୁଛି ମଣିଷ କାହିଁ 

ସ୍ନେହ ଶରଧା ରେ ସୁଆଗ ନାହିଁ।

ଉପରେ ହସକୁ ଭିତରେ ବିଷ

ଆପଣା ଲୋକଙ୍କୁ ନାହିଁ ବିଶ୍ଵାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract