ବିଶ୍ବ ଆଦିବାସୀ ଦିବସ !
ବିଶ୍ବ ଆଦିବାସୀ ଦିବସ !
ବିଶ୍ବ ଆଦିବାସୀ ଦିବସ ପାଳିତ
ସମ୍ପୂର୍ଣ୍ଣ ବିଶ୍ବରେ ଆଜି
ଦେଶ ଆଦିବାସୀ ସର୍ବୋଚ୍ଚ ପଦରେ
ରାଷ୍ଟ୍ରପତି ରୂପ ସାଜି !
ଦେଶର ସ୍ବପ୍ନ ସାକାର,
ସମଭାବ ନୀତି ଅଙ୍କୁରିତ ରାଷ୍ଟ୍ରେ
ଶାସନେ ଦୃଷ୍ଟିଗୋଚର !!
ହେଉ ରାଷ୍ଟ୍ରପତି କିବା ମୁଖ୍ୟମନ୍ତ୍ରୀ
ହେଉ ଅବା ରାଜ୍ୟପାଳ,
ସୁଶୋଭିତ ପରା ଶାସନ ତନ୍ତ୍ରରେ
କରନ୍ତି ରାଷ୍ଟ୍ର ଉଜ୍ଜ୍ୱଳ !
ଏହୁତ ଅମୃତ କାଳ
ଗୁଞ୍ଜୁ ଅଛି ବିଶ୍ବେ ଗୌରବର ଗାଥା
ଚେଷ୍ଟାରୁ ସିଦ୍ଧି ସକଳ !!
ଜନଜାତି ଆଜି ଉନ୍ନତି ପଥରେ
ଦେଖି ଲାଗେ ଆନନ୍ଦିତ
ନାହିଁରେ ଅଭାବ ଖୁସିର ସଂସାର
ହେଉ ଅଛନ୍ତି ଶିକ୍ଷିତ !
କରନ୍ତି ରାଷ୍ଟ୍ର ଗର୍ବିତ
ଭାଗିଦାରୀ ତାଙ୍କ ରାଷ୍ଟ୍ର ନିର୍ମାଣରେ
କର୍ତ୍ତବ୍ୟ ପଥେ ଜଡ଼ିତ !!
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଟି
ଆଦିବାସୀ ଦିବସର
କରୁଛୁ ଗୁହାରି ଜଗା ଠାକୁରଙ୍କୁ
ଉନ୍ନତି ହେଉ ତାଙ୍କର !
କରୁଣା କର ଈଶ୍ବର
କରୁଛୁ ପ୍ରାର୍ଥନା ବିଚ୍ଛିନ୍ନାଚଳରୁ
ତାଙ୍କ ଇଚ୍ଛା ପୂର୍ଣ୍ଣ କର !!
ସ୍ବତନ୍ତ୍ର ସଂଗ୍ରାମୀ ବୀରସା ମୁଣ୍ଡାଙ୍କ
କଳ୍ପନା ସାକାର ହେଲା
ବୀରତ୍ବରେ ଭରା ତାଙ୍କ ଇତିହାସ
ଦୁନିଆ ସାରା ଗୁଞ୍ଜିଲା !
ଶାସନ ସ୍ଥାପିତ କଲା
ଜନଜାତିଙ୍କର ଗୌରବ ଦିବସ
ଗୌରବ ଗାଥା ଲେଖିଲା !!
ସମ୍ବିଧାନେ ଥିଲା ଉନ୍ନତିର ମାର୍ଗ
ଥିଲା ତାଙ୍କ ଅଧିକାର
ନୂଆ ଏ ଭାରତ ଦେଲା ହେ ତାହାଙ୍କୁ
ନାହିଁ ଜାତିଭେଦ କାର !
ଏକ ଦେଶ ଏକ ଧ୍ବଜା
ସମସ୍ତେ ଆମ୍ଭେରେ ଈଶ୍ୱର ସନ୍ତାନ
କର୍ମ ବଳେ ହେବା ।
