STORYMIRROR

ABINASH MANSINGH

Others

4  

ABINASH MANSINGH

Others

ଉତ୍ସର୍ଗ

ଉତ୍ସର୍ଗ

1 min
338

ସ୍ୱାଧୀନତାର ଧୂସରିତ ସ୍ବପ୍ନକୁ

ଜଣେ ଘଷିମାଜି

ସଫା କରିଥିଲେ ତ

ଆଉଜଣେ,

ଅଖଣ୍ଡ ଭାରତର ପରାକ୍ରମରେ

ପ୍ରତିକ୍ରିୟାର ଜୁଆର ଉଠାଇଥିଲେ ।


ଜଣେ,

ଯନ୍ତ୍ରଣାରେ ଶରବିଦ୍ଧ ଭୀଷ୍ମମାନଙ୍କୁ

ବଞ୍ଚିବାର ରାହା ଦେଇଥିଲେ ତ

ଆଉଜଣେ,

ରାଜମୁକୁଟ ସହ ସାଜିଥିଲେ

ଜନନାୟକ ।


ମୋ ଅକ୍ଷରମାନଙ୍କ ପ୍ରଭାତଫେରି

ମୋ ଶବ୍ଦମାନଙ୍କ ତିଳତର୍ପଣ

ମୋ ଭାବନାର ଗୀତାପାଠ

ମୋ କବିତାର ସୂତ୍ରଯଜ୍ଞ ।


ଆଉ ସର୍ବୋପରି,

ମୋ ସ୍ୱାଭିମାନର 

ପତାକା ଉତ୍ତୋଳନ ସହ

ମୋ ଅନ୍ତରିକତାର ସଭା

ତୁମରି ସ୍ମୃତିରେ,

ତୁମକୁ ଉତ୍ସର୍ଗ କରୁଛି ।


Rate this content
Log in