ବିଜୟା ଦଶମୀ
ବିଜୟା ଦଶମୀ
1 min
400
ସଫା ଜହ୍ନ ତଳେ
ଶରତ ଋତୁରେ
ପୁରପଲ୍ଲୀ ଠାରୁ
ସହରେ ନଗରେ
ମା' ଦଶଭୁଜା
ପାଏ ଶକ୍ତି ପୂଜା
ମହାଡ଼ମ୍ବରରେ ।
କିମ୍ବଦନ୍ତୀ କୁହେ
ମାରିଥିଲେ ମା'
ମହିଷାସୁର
ଆଶ୍ୱିନ ଶୁକ୍ଲରେ
ଗାଇଥିଲେ ଗାଥା
ଦେଇଥିଲେ ଭେଟି
ସୁବିଜୟର ।
ପୁରାଣେ ଲେଖା
ତ୍ରେତା କାଳେ ପ୍ରଭୁ
ପୂଜିଥିଲେ ଶକ୍ତି
ଏହି ଦଶମୀ ଦିନ
ଲଭିଥିଲେ ଶ୍ରୀ
ରାକ୍ଷସ ରାବଣର
କରି ନିଧନ।
ଆଜି କାହିଁ ମା'
ଏତେ ଦୁର୍ବଳ
ନାହିଁ ଧର୍ମ ଏଠି
ନାହିଁ ଅହିଂସା
ଯୁଆଡ଼େ ଦେଖିବ
ଲକ୍ଷେ ରାବଣକୁ
ଶହେ ମହିଷା ।
