STORYMIRROR

ABINASH MANSINGH

Abstract

3  

ABINASH MANSINGH

Abstract

ଇଚ୍ଛା

ଇଚ୍ଛା

1 min
400

ମୋ ଇଚ୍ଛା ସବୁକୁ ଘୋଡ଼ା ଭାବି

ଲଗାମ୍ ଦିଅନି...

ଯାଉଯାଉ ରହିଯିବି,


ପାରୁଛ ଯଦି ପକ୍ଷହୀନ ଇଚ୍ଛାକୁ

ପକ୍ଷୀ ଭାବି ପକ୍ଷ ଦିଅ

ଉଡୁଉଡୁ...

ବହୁଦୂର ଉଡ଼ିଯିବି ।


ମୋ ଇଚ୍ଛା ସବୁକୁ ଫଲଗୁ ଭାବି

ଅଟକାଅନି...

ବୋହୁବୋହୁ ସ୍ଥିରହେବି,


ପାରୁଛ ଯଦି ଆହୁଲାବିହୀନ ଇଚ୍ଛାକୁ

ଡ଼ଙ୍ଗା ଭାବି କାତ ଦିଅ

ଭାସୁଭାସୁ....

ଦିଗବଳୟ ଛୁଇଁଯିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract