STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ପବିତ୍ର ଶ୍ରାବଣ ମାସ

ପବିତ୍ର ଶ୍ରାବଣ ମାସ

1 min
14


ପବିତ୍ର ଶ୍ରାବଣ ମାସ

ପୂଜିବା ରେ ଶିବ ଆସ ।

ପାଣି ଭାର ନେଇ ଯିବା

ପ୍ରଭୁଙ୍କ ଶିରେ ଢାଳିବା ।

ଜଳ ଅଭିଷେକ କରି

ଶରଣ ଯିବା ତାଙ୍କରି।

ପାପ ତାପ ଦେବେ ଧୋଇ

ଦୁଃଖ ଯେ ରହିବ ନାହିଁ।

ତୋଷ ହେଲେ ଆଶୁତୋଷ 

ଭରି ଦେବେ ଓଠେ ହସ।

ପବିତ୍ର ଶ୍ରାବଣ ମାସ

ପୂଜିବା ରେ ଶିବ ଆସ ।


ଶାସ୍ତ୍ର ରେ ଅଛି ବର୍ଣ୍ଣନ 

ଶ୍ରାବଣେ ହରି ଶୟନ।

ଶିବଙ୍କୁ ସଂସାର ଭାର

ଦେଇ ଜଗତ ଠାକୁର,

ନିଦ୍ରା ସେତ ଯାଇଥାନ୍ତି 

ଶିବ ଜଗତ ପାଳନ୍ତି।

ତେଣୁ ଶ୍ରାବଣ ମାସରେ

ଶିବଙ୍କୁ ସନ୍ତୁଷ୍ଟ କଲେ,

କ୍ଷମା କରିଥାନ୍ତି ସେତ

ପାପ ତାପ ଦୋଶାଦୋଷ।

ପବିତ୍ର ଶ୍ରାବଣ ମାସ

ପୂଜିବା ରେ ଶିବ ଆସ ।


ନଦୀ କୂଳକୁ ତ ଯିବା

ନଦୀ ରେ ସ୍ନାନ କରିବା ।

କଳସୀ ରେ ଜଳ ଭରି

କୂଳକୁ ଆସିବା ଧରି।

ଧୂପ ଦୀପ ବନ୍ଦା ପନା 

କରିବା ପୂଜା ଅର୍ଚ୍ଚନା।

କାଉଡି ସଜ କରିବା

କଳସୀ ତହିଁ ରଖିବା।

ଓଦା ଥାଉ ପିନ୍ଧା ବାସ

ବାବାଙ୍କର ନାମ ଘୋଷ ।

ପବିତ୍ର ଶ୍ରାବଣ ମାସ

ପୂଜିବା ରେ ଶିବ ଆସ ।


ଖାଲି ପାଦରେ ଚାଲିବା

ବାବାଙ୍କ ନାମ ଜପିବା।

ଦୂର ଯେତେ ହେଉ ବାଟ

ଜଣାପଡିବନି କଷ୍ଟ।

ଦଳଦଳ ହୋଇ ଯିବା

ବୋଲ୍ ବମ୍ ଘୋଷୁଥିବା।

ସୋମବାର ପ୍ରଭାତରେ

ପହଂଚି ଶିବ ମନ୍ଦିରେ,

ଧାଡ଼ିରେ ତ ଯିବା ଆସ

ଜଳ ଢାଳି ହେବା ତୋଷ।

ପବିତ୍ର ଶ୍ରାବଣ ମାସ

ପୂଜିବା ରେ ଶିବ ଆସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract