କଳ୍ପିତ ଚରିତ୍ର
କଳ୍ପିତ ଚରିତ୍ର


ଗମ୍ଭୀରତାରେ ଗଭୀର ଧୈର୍ଯ୍ଯ
ପ୍ରେମରେ ପରିପୂର୍ଣ୍ଣ
ଗୋଟିଏ ବିଶାଳ ହୃଦୟ
ଉଦାରତାପୂର୍ଣ୍ଣ ଦୁଇ ହାତ
ଉତ୍ତମ ବୁଝାମଣା ପାଇଁ ଥିବା
ଗୋଟିଏ ମସ୍ତିଷ୍କ
ସମ୍ପର୍କକୁ ଅତୁଟ ରଖିବାର ସର୍ତ୍ତ
ଦୟାଳୁ
ଉଦାର ମନୋଭାବ ସହିତ
ହସ ହସ ମୁହଁରେ ଥାଏ
ପ୍ରକୃତ
ସୁଖ,ଶାନ୍ତି ଓ ଆନନ୍ଦ
ଏଇତ ଜୀବନର
କଳ୍ପିତ ଚରିତ୍ର ।