STORYMIRROR

Mrs. SASMITA DAS

Abstract

2  

Mrs. SASMITA DAS

Abstract

ସ୍ମୃତି

ସ୍ମୃତି

1 min
55

ସ୍ମୃତି କେବେ ତୁମେ

ଅତୀତ ଗଳିର

ସୁନ୍ଦର ମୋଡର କାହାଣୀ

କେବେ ତୁମେ 

ଶୁଭ୍ର ସକାଳର 

ସତେଜ ପବନର ଲହରୀ ।।

ସ୍ମୃତି କେବେ ତୁମେ

ପହିଲି ଆଷାଢ଼ର

ବାସ୍ନାଭିିଜା ମାଟିର 

କେବେ ଅଭିିିଯୋଗ

ଅଭିମାନୀ ପ୍ରିୟାର ।। 

ସ୍ମୃତି କେବେ ତୁମେ 

ଶ୍ରାବଣର ଅସରନ୍ତି ବର୍ଷାଧାର

ଆଉ କେବେ ହଜିଲା ଦିନର 

ସ୍ନେହର ପରଶ ।। 

ସ୍ମୃତି କେବେ ତୁମେ

ସୀମା ହୀନ ଚିନ୍ତା

ଜୀବନ ଯୌବନର ଅଡୁଆ ସୂତା

ଦିନ ମାସ ବର୍ଷ ବିିତି ଯାଏ

ରହିଥାଅ ଯାହା ଖାଲି ତୁୁମେ ସ୍ମୃତି

ପୃ୍ଷ୍ଠା ପୃଷ୍ଠା ଖୋଲି ମନ ପଢ଼ୁଥାଏ

ଜାଳି ସ୍ନେହର ବତୀ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract