STORYMIRROR

Mrs. SASMITA DAS

Tragedy

3  

Mrs. SASMITA DAS

Tragedy

ବାର୍ଦ୍ଧକ୍ଯ

ବାର୍ଦ୍ଧକ୍ଯ

1 min
253

  ବାର୍ଦ୍ଧକ୍ୟ     

          ସମୟର  ଘୂର୍ଣ୍ଣନରେ

          ଜୀବନ ପର୍ଯ୍ୟାୟର

          ଉତ୍ତପ୍ତ ଅପରାହ୍ନ

          କପାଳ କୁଞ୍ଚିତ

          ମୁଖରେ ଶୁଷ୍କତ୍ୱ

            ଗଳା କୋହପୂର୍ଣ୍ଣ

           ଯନ୍ତ୍ରଣାର ଅବ୍ଯକ୍ତ ପରିପ୍ରକାଶ

ବାର୍ଦ୍ଧକ୍ୟ

         ନିଷ୍ପାପ ଶିଶୁର ଅବୋଧ ଭାବ

         କେବେ ଚଳଚଞ୍ଚଳ ଅତୀତର ମନ

         କେବେ ଶିଥିଳ ଶରୀରର ବୋଝ

         ଅଶରୀରୀ ଆତ୍ମା ପରି ଛଟପଟ

             କ୍ଷୀଣ ସ୍ୱର

        ନିଃଷ୍ପ୍ରଭ ନୟନର ପଲକ

        ଖୁବ କ୍ଲାନ୍ତ ଅସ୍ତବ୍ୟସ୍ତ ମନରେ

        ଉଙ୍କିମାରେ ତୁହାକୁ ତୁହା ଘର୍ମାକ୍ତ

ବାର୍ଦ୍ଧକ୍ୟ

         ଅପେକ୍ଷାସିକ୍ତ

   ସବୁଜିମାଭରା ମାଟିର

       ସ୍ମୃତିଚାରଣ

   ସାଉଁଟା ସ୍ମୃତିର ସମ୍ଭାର

     ଅବ୍ୟକ୍ତ ଶବ୍ଦକୋଷ

ବାର୍ଦ୍ଧକ୍ୟ

       ନା ଚାହେଁ ଅର୍ଥର ସମ୍ଭାର

   ନା ଆସ୍ପାଦୀପାରେ ବୃଥା ଆଭିଜାତ୍ୟ

        ସମୟ ଋତୁଚକ୍ରରେ

   ବ୍ୟସ୍ତବହୁଳ ଜୀବନ ମଧ୍ୟରେ

       ଖୋଜେ କେବଳ

      କାହା ଆନ୍ତରିକତାର

        ଆତ୍ମୀୟତା ସ୍ପର୍ଶ

    ଲୋଡ଼େ କିଛି ସମୟ

      ଭାବ ବିନିମୟର l

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy